ଭୁବନେଶ୍ୱର : ରାଜ୍ୟରେ ଆଜିଠାରୁ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ-୨୦୨୫ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ପ୍ରକ୍ରିୟା ନଭେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିନିମନ୍ତେ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍ ଛକରେ ପଦଯାତ୍ରା ଓ ପଥୋତ୍ସବର ଆୟୋଜନ ହୋଇଥିଲା । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ୍.ଗୋପାଳନ୍ ଏହାର ଶୁଭାରମ୍ଭକରିଥିଲେ । ରାଜ୍ୟର ବିଭିନ୍ନ ସ୍ଥାନରେ ଭୋଟର ତାଲିକା ସଂଶୋଧନ ନେଇ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଛି । ନୂତନ ପଞ୍ଜୀକରଣ ସହ ତାଲିକାରୁ ନାମ ପ୍ରତ୍ୟାହାର ଏବଂ ଭୋଟରଙ୍କ ବିଭିନ୍ନ ତଥ୍ୟ ସଂଶୋଧନ ଲକ୍ଷ୍ୟରେ ଏହା କାର୍ଯ୍ୟକାରୀ ହେଉଛି । ଆସନ୍ତାମାସ ୨, ୧୦, ୧୬ ଏବଂ ୨୪ ତାରିଖରେ ବୁଥରେ ଉପସ୍ଥିତ ଥିବା ଅଧିକାରୀଙ୍କ ନିକଟରେ ଏ ସଂକ୍ରାନ୍ତ ଆବେଦନପତ୍ର ଦାଖଲ କରିବାକୁ ପରାମର୍ଶ ଦିଆଯାଇଛି ।
ନବରଙ୍ଗପୁର ସହରରେ ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ଭୋଟର ସଚେତନତା ଶୋଭାଯାତ୍ରାକୁ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର ଓ ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏ ନେଇ ଏକ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଥିଲା । କେନ୍ଦ୍ରାପଡ଼ା ଜିଲ୍ଳା ପ୍ରଶାସନ ପକ୍ଷରୁ ଆଜି ପୂର୍ବାହ୍ଣରେ ପଥୋତ୍ସବ ଓ ପଦଯାତ୍ରା କରାଯାଇଛି । ଭୋଟର ତାଲିକା ସଂଶୋଧନ ସଚେତନତା ଶୋଭାଯାତ୍ରା ପୁରୀ ମେଡିକାଲ ଛକରୁ ବାହାରି ମୁକ୍ତାକାଶ ରଙ୍ଗମଂଚଠାରେ ପହଞ୍ôଚଥିଲା । ସେହିପରି ଆଜି କନ୍ଧମାଳ ଜିଲ୍ଲାରେ ଏ ନେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦଯାତ୍ରା ଓ ପଥୋତ୍ସବ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ ।