fbpx

ପଶ୍ଚିମ ଓଡ଼ିଶାରେ ଅସ୍ୱାଭାବିକ ମୃତ୍ୟୁ ପ୍ରସଙ୍ଗକୁ ନେଇ ତନାଘନା, ରାଉରକେଲା ଗଲା ସ୍ୱତନ୍ତ୍ର ଟିମ

Advertisement

ରାଉରକେଲା: ରାଉରକେଲାରେ ଅସ୍ୱାଭିକତା କାରଣରୁ ଏପର୍ଯ୍ୟନ୍ତ ୧୨ଜଣଙ୍କର ମୃତ୍ୟୁ ଘଟିଛି । ଅଂଶୁଘାତ ଯୋଗୁଁ ଏପରି ମୃତ୍ୟୁ ବୋଲି କୁହାଯାଉଛି । ପଶ୍ଚିମ ଓଡ଼ିଶାରେ ଅସ୍ୱାଭାବିକ ମୃତ୍ୟୁ ପ୍ରସଙ୍ଗକୁ ନେଇ ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ତେବେ ଏହି ପ୍ରସଙ୍ଗର ତଦନ୍ତ ପାଇଁ ସୁନ୍ଦରଗଡ଼ରୁ ରାଉରକେଲା କୁ ଗଲା ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ମେଡିକାଲ ଅଫିସରଙ୍କ ତତ୍ତ୍ୱାବଧାନରେ ଏହି ଟିମ୍ ରାଉରକେଲା ଯାଇଛି । ଏହି ଟିମ୍ ରାଉରକେଲା ଯାଇ ଘଟଣାର ତଦନ୍ତ କରିବ ।

ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ରାଉରକେଲା ସରକାରୀ ମେଡିକାଲରେ ପହଞ୍ଚିଛନ୍ତି । ସେ ସେଠାରେ ଏହି ଅସ୍ୱାଭାବିକ ମୃତ୍ୟୁ ପ୍ରସଙ୍ଗର ସ୍ଥିତିକୁ ଅନୁଧ୍ୟାନ କରିଛନ୍ତି । ଅନ୍ୟପକ୍ଷରେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମୃତ୍ୟୁର ତଦନ୍ତ ହେବାର ନିର୍ଦ୍ଦେଶ ଦେଇଛି । ସବୁ ମୃତଦେହର ବ୍ୟବଚ୍ଛେଦ କରାଯିବ । ବ୍ୟବଛେଦ ରିପୋର୍ଟ ଆସିବା ପରେ କାରଣ ସ୍ପଷ୍ଟ ହେବ । ୪୧ ଜଣଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଥିବା ନେଇ ଲୋକମାନଙ୍କ ପକ୍ଷରୁ ଅଭିଯୋଗ ହୋଇଛି ।

Get real time updates directly on you device, subscribe now.