fbpx

ଆଜିଠାରୁ ମହାଶିବରାତ୍ରି ପାଇଁ ଗଡ଼ିଲା ସ୍ପେସାଲ ଟ୍ରେନ୍, ଯାତ୍ରୀଙ୍କ ପାଇଁ ରହିଛି ଏହି ସୁବିଧା

Advertisement

ଓଡ଼ିଶା ଭାସ୍କର: ଅଉ କିଛି ଦିନ ପରେ ମହାଶିବରାତ୍ରି । ପ୍ରତ୍ୟେକ ଶିବ ଭକ୍ତଙ୍କ ପାଇଁ ଏହି ଦିନ ବିଶେଷ ଅଟେ । ଦେଶରେ ଥିବା ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି । ଗୁଜରାଟର ଜୁନାଗଡ଼ରେ ୪ ମାର୍ଚ୍ଚ ରୁ ୯ ମାର୍ଚ୍ଚ ପର୍ଯ୍ୟନ୍ତ ମହାଶିବରାତ୍ରି ମେଳା ଅନୁଷ୍ଠିତ ହେବ । ଏଥିପାଇଁ ସ୍ପେସାଲ ଟ୍ରେନ୍ ଚଳାଚଳ ପାଇଁ ନିଷ୍ପତ୍ତି ନେଇଛି ରେଳବାଇ ।

ଗୁଜରାଟର ଜୁନାଗଡ଼ରେ ହେବାକୁ ଥିବା ମହାଶିବରାତ୍ରି ମେଳାରେ ଭାରି ସଂଖ୍ୟାରେ ଶିବ ଭକ୍ତଙ୍କ ଆଗମନ ହେବ । ଏହାକୁ ଦୃଷ୍ଟିରେ ରଖି ରେଳବାଇ ଜୁନାଗଡ଼ରୁ କାନସିଆନେଶ ମଧ୍ୟରେ ସ୍ପେସାଲ ଟ୍ରେନ୍ ଚଳାଚଳ ପାଇଁ ନିଷ୍ପତ୍ତି ନେଇଛି । ଏହା ସହ ଯାତ୍ରୀମାନେ କିପରି ସୁବିଧାରେ କନଫର୍ମ ଟିକେଟ୍ ପାଇ ପାରିବେ ସେ ନେଇ ଟ୍ରେନରେ ଅତିରିକ୍ତ ୭ଟି କୋଚ୍ ସଂଲଗ୍ନ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ରେଳବାଇର ସୂଚନାରୁ ପ୍ରକାଶ କଜୁନାଗଡ଼ରୁ କାନସିଆନେଶ ଅଭିମୁଖେ ଯାତ୍ରା କରୁଥିବା ସ୍ପେସାଲ ଟ୍ରେନ୍ ଜୁନାଗଡ଼ରୁ ସକାଳ ୧୧: ୧୦ରେ ଷ୍ଟେସନ ଛାଡ଼ିବ ଏବଂ ଅପରାହ୍ନ ୧:୨୦ରେ କାନସିଆନେଶ ପହଞ୍ଚିବ । ସେହିପରି କାନସିଆନେଶରୁ ଅପରାହ୍ନ ୧:୪୦ରେ ଷ୍ଟେସନ୍ ଛାଡ଼ିବ ଏବଂ ଅପରାହ୍ନ ୩:୫୦ରେ ଜୁନାଗଡ଼ ପହଞ୍ଚିବ । ତେବେ ଏହି ଟ୍ରେନ୍ ରୁଟର ହଲ୍ଟିଂ ଷ୍ଟେସନ ଗୁଡ଼ିକ ହେଲା ତୋରଣିଆଳ, ବିଲଖା, ଜୁନି ଜଚାଂୱଡ଼, ବିସାବଦର ଏବଂ ସତାଧାର ।

ଏହି ସ୍ପେସାଲ ଟ୍ରେନର ନମ୍ବର ହେଉଛି ୨୨୯୫୭/୨୨୯୫୮ ବେରାୱଲ-ଅହମଦାବାଦ-ବେରାୱଲ । ଏଥିରେ ୩ଟି ଜେନେରାଲ କୋଚ୍ ରହିବ । ସେହିପରି ଟ୍ରେନ୍ ନମ୍ବର ୧୯୧୧୯/୧୯୧୨୦ ସୋମନାଥ- ଅହମଦାବାଦ-ସୋମନାଥରେ ୩ଟି ଜେନେରାଲ କୋଚ୍, ଟ୍ରେନ୍ ନମ୍ବର ୦୯୫୧୪/୦୯୫୧୩ ବେରାୱଲ-ରାଜକୋଟ-ବେରାୱଲରେ ୪ଟି ଜେନେରାଲ କୋଚ୍, ଟ୍ରେନ୍ ନମ୍ବର ୦୯୫୨୨/୦୯୫୨୧ ବେରାୱଲ-ରାଜକୋଟ-ବେରାୱଲରେ ୩ଟି ଜେନେରାଲ ଏବଂ ଟ୍ରେନ୍ ନମ୍ବର ୦୯୫୩୯/୦୯୫୪୦ ଅମରେଲି-ଜୁନାଗଡ଼-ଅମରେଲି ମିଟର ଗେଜରେ ୪ଟି କୋଚ ରହିଛି ।

Get real time updates directly on you device, subscribe now.