Breaking: ବୟସ୍କଙ୍କ ପାଇଁ ଖୁସି ଖବର: ତୀର୍ଥଯାତ୍ରୀଙ୍କ ପାଇଁ ସ୍ପେଶାଲ ଟ୍ରେନର ଶୁଭାରମ୍ଭ କଲେ ମୋହନ ମାଝୀ

ଭୁବନେଶ୍ୱର: ତୀର୍ଥଯାତ୍ରୀଙ୍କ ପାଇଁ ସ୍ପେଶାଲ ଟ୍ରେନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବରିଷ୍ଠ ନାଗରିକଙ୍କ ପାଇଁ ଯାତ୍ରା ହେବ ସୁଖଦ ।

ଏହି ସ୍ପେସାଲ ଟ୍ରେନ୍ ଭୁବନେଶ୍ୱରରୁ ଶିରିଡି- ନାସିକ ଯିବ । ୬ ଜିଲ୍ଲାରୁ ପାଖପଖି ୮୦୦ ଲୋକଙ୍କୁ ଯାତ୍ରା ଆରମ୍ଭ କରିଛି ଟ୍ରେନ ।

ଏଣିକି ବୟସ୍କଙ୍କ ପାଇଁ ଥୀର୍ଥଯାତ୍ରା ହେବ ଆହୁରି ସହଜ । ତେବେ ସ୍ପେଶାଲ ଟ୍ରେନ୍ ନେଇ ଯାତ୍ରୀ ସୁବିଧାରେ ଠାକୁରଙ୍କ ଦର୍ଶନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ରଖିଛନ୍ତି ।

ଏହାପୂର୍ବରୁ ରାଜ୍ୟରେ ଡବଲ ଟେକର ବସ୍ର ଶୁଭାରମ୍ଭ କରିସାରିଛନ୍ତି ମୁଖ୍ୟମନ୍ତ୍ରୀ । କଟକ, ଭୁବନେଶ୍ୱର ଏବଂ ପୁରୀ ପାଇଁ ଡବଲ ଡେକର ବସ୍ ସୁବିଧା ଯୋଗାଯିବ । ଯାହରାଦ୍ୱାରା ଯାତ୍ରୀମାନେ ବିନା ବାଧାରେ ଯାତାୟାତ କରିପାରିବେ ।