fbpx

ହାଓଡ଼ା ଓ ଭଦ୍ରକ ମଧ୍ୟରେ ଚାଲିବ ସ୍ପେସାଲ ଟ୍ରେନ୍, ଜାଣନ୍ତୁ କେବେଠାରୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ମହାମାରୀ ପାଇଁ କିଛି ଟ୍ରେନକୁ ବାତିଲ କରାଯାଇଥିବା ବେଳେ ଏବେ ଧିରେ ଧିରେ କଟକଣାକୁ କୋହଳ କରାଯାଉଛି । ଏହାରି ମଧ୍ୟରେ ହାଓଡ଼ା ଓ ଭଦ୍ରକ ମଧ୍ୟରେ ଚାଲିବାକୁ ଯାଉଛି ସ୍ପେସାଲ ଟ୍ରେନ । ହାଓଡ଼ା ଓ ଭଦ୍ରକ ମଧ୍ୟରେ ୯ ତାରିଖରୁ ଚାଲିବ ସ୍ପେସାଲ ଟ୍ରେନ । ୦୮୦୪୩ ହାଓଡ଼ା-ଭଦ୍ରକ ସ୍ପେସାଲ ଅପରାହ୍ନ ୩ଟା ୪୦ରେ ହାଓଡ଼ା ଛାଡ଼ିବ । ଟ୍ରେନଟି ଭଦ୍ରକରେ ରାତି ୧୦ଟା ୩୫ରେ ପହଞ୍ଚିବ ଓ ପରଦିନ ସକାଳେ ଭଦ୍ରକ ଛାଡ଼ିବ ।

ସେହିପରି ୦୮୦୪୪ ଭଦ୍ରକ-ହାଓଡ଼ା ସ୍ପେସାଲ ଟ୍ରେନ୍ ୧୦ ତାରିଖରେ ଚଳାଚଳ କରିବ । ଏହା ଭଦ୍ରକରୁ ଭୋର ୪ଟା ୫୦ରେ ବାହାରି ହାଓଡ଼ାରେ ଦିନ ୧୧ଟା ୪୫ରେ ପହଞ୍ଚିବ । ଏହି ଟ୍ରେନରେ ୧୦ଟି ସାଧାରଣ ଦ୍ୱିତୀୟ ଶ୍ରେଣୀ ଭ୍ୟାନ ରହିବ । ଏହି ଟ୍ରେନରେ ୨ଟି ଗାର୍ଡ ଓ ଲଗେଜ ଭ୍ୟାନ୍ ବି ରହିବ ।

Get real time updates directly on you device, subscribe now.