fbpx

WTO ବୈଠକରେ ଭାରତକୁ ମିଳିଲା ବଡ଼ ଜିତାପଟ, ଜାଣନ୍ତୁ କେମିତି

Advertisement

ନୂଆଦିଲ୍ଲୀ: ସୁଇଜରଲାଣ୍ଡର ଜେନେଭାଠାରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ)ର ମନ୍ତ୍ରିସ୍ତରୀୟ ବୈଠକରେ ଭାରତକୁ ଚମକ୍ରାର ସଫଳତା ମିଳିଛି । ଏହି ଅବସରରେ ଭାରତର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଏହି ଗ୍ଲୋବାଲ ସମ୍ମିଳନୀରେ ଯୋଗ ଦେଇଥିଲେ । ଚାରିଦିନ ଧରି ଆୟୋଜିତ ଏହି ସମ୍ମିଳନୀକୁ ଆଉ ଦୁଇ ଦିନ ପାଇଁ ବଢ଼ାଇ ଦିଆଯାଇଥିଲା ।

ତେବେ ଏନେଇ ଗୋୟଲ କହିଛନ୍ତି, ଡବ୍ଲ୍ୟୁଟିଓର ବୈଠକର ଫଳାଫଳକୁ ନେଇ ଭାରତ ଶତ ପ୍ରତିଶତ ସନ୍ତୁଷ୍ଟ ରହିଛି । କୃଷକ ଓ ମତ୍ସ୍ୟ ଚାଷୀଙ୍କ ଜୀବନଧାରଣକୁ ନେଇ ଭାରତକୁ ଆଶାତୀତ ସଫଳତା ମିଳିଛି । ଏଥିସହିତ କୋଭିଡ୍ ଭ୍ୟାକ୍ସିନର ପ୍ୟାଟେଣ୍ଟକୁ ନେଇ ଭାରତ ଅନ୍ୟ ସମସ୍ତ ଦେଶମାନଙ୍କୁ ବୁଝାଇବାରେ ସକ୍ଷମ ହୋଇଛି ।

ଦୁଇବର୍ଷ ପରେ ଅନୁଷ୍ଠିତ ହୋଇଥିବା ବାଣିଜ୍ୟ ମନ୍ତ୍ରିସ୍ତରୀୟ ସମ୍ମିଳନୀରେ ୧୬୨ଟି ଦେଶର ସଦସ୍ୟଙ୍କୁ ଗୋୟଲ ସମ୍ବୋଧିତ କରିଥିଲେ । କୋଭିଡ୍ ଭ୍ୟାକ୍ସିନ ଉପରେ ଆଧାରିତ ଗ୍ଲୋବାଲ ଇଣ୍ଟେଲେକଚ୍ୟୁଆଲ ପ୍ରପର୍ଟି ରାଇଟସ୍ (ଆଇପିଆର) ଓ ସାମୁଦ୍ରିକ ଉତ୍ସକୁ ସୁରକ୍ଷା ନେଇ ମତ୍ସ୍ୟ ସବସିଡି ଉପରେ ବୈଠକ ଶେଷରେ ଆଲୋଚନା ହୋଇଥିଲ । ଗତ ୨୦୧୫ରେ ଅନୁଷ୍ଠିତ ହୋଇଥିବା ଡବ୍ଲ୍ୟୁଟିଓ ବୈଠକରେ ଏନେଇ କୌଣସି ନିଷ୍ପତ୍ତି ନିଆଯାଇ ନଥିବା ବେଳେ କୌଣସି ସଫଳତା ମିଳି ନଥିଲା । ଦଶନ୍ଧି ଧରି ପେଣ୍ଡିଂ ରହିଥିବା ଅନେକ ପ୍ରସଙ୍ଗ ଉପରେ ଏହି ସମ୍ମିଳନୀରେ ଚର୍ଚ୍ଚା ହୋଇଥିବା ଗୋୟଲ କହିଛନ୍ତି ।

Get real time updates directly on you device, subscribe now.