fbpx

ଦ୍ରୁତ ଗତିରେ ଗାଡ଼ି ଚଲାଇଲେ ଗଣିବେ ମୋଟା ଅଙ୍କର ଜୋରିମାନା, ସତର୍କ କରାଇଲା ଓଡ଼ିଶା ପୋଲିସ

Advertisement

ଭୁବନେଶ୍ୱର: ଦ୍ରୁତ ଗତିରେ ଗାଡ଼ି ଚଲାଇବା, ହଠାତ୍ ବ୍ରେକ୍ ମାରିବା, ଅନାବଶ୍ୟକ ଷ୍ଟଣ୍ଟ୍ କରିବା, ଡ୍ରାଇଭିଂ ନିୟମକୁ ନମାନିବା, ଅପରିପକ୍ୱ ଭାବେ ଗାଡ଼ି ଚଲାଇବା ପାଇଁ ଦେବାକୁ ପଡ଼ିପାରେ ଭାରି ଜୋରିମାନା। ଏନେଇ ଓଡ଼ିଶା ପୋଲିସ ପକ୍ଷରୁ ଚେତାବନୀ ଦିଆଯାଇଛି। ରାଜ୍ୟରେ ଦ୍ରୁତ ଗତିରେ ଗାଡ଼ି ଚଲାଇ ପ୍ରତିବର୍ଷ ଅନେକ ଲୋକ ମୃତ୍ୟୁ ବରଣ କରୁଥିବା ବେଳେ ଏହି କାରଣରୁ ଅନେକ ବେସାହାରା ହୋଇଯାଉଛନ୍ତି।

ଏପରି କିଛି କାରଣ ପାଇଁ ରୋଜଗାରିଆ ପୁଅ କିମ୍ବା ଘରର ମୁଖ୍ୟ ଦୁର୍ଘଟଣାର ସାମ୍ନା କରି ଗୋଡ଼ ହାତ ଭାଙ୍ଗି ଘରେ ବସି ରହିବାକୁ ବାଧ୍ୟ ହେଉଛନ୍ତି। ଯେଉଁଥି ପାଇଁ ଘରର ଲୋକେ ନାହିଁ ନଥିବା ଅସୁବିଧାର ସାମ୍ନା କରୁଛନ୍ତି । ତେଣୁ ଏସବୁ ପରିସ୍ଥିତିକୁ ଏଡ଼ାଇବା ପାଇଁ ଆଗୁଆ ସତର୍କ ହୋଇ ସାବଧାନତାର ସହିତ ଗାଡ଼ି ଚଳାଇବାକୁ ପୋଲିସ ପକ୍ଷରୁ ସଚେତନ କରାଯାଇଛି ।

ସେହିପରି କିଛି ଦିନ ତଳେ ରାଜ୍ୟରେ ଲୋକେ ବିଭିନ୍ନ ଟ୍ରାଫିକ୍ ଛକରେ ଲୋକେ ନିୟମ ପାଳନ କରୁ ନଥିବା ନେଇ ପୋଲିସ ପକ୍ଷରୁ ସଚେତନ କରାଯାଇଥିଲା । ଏପରିକି ବିଭିନ୍ନ ଜାଗାରେ ନିୟମ ଉଲଂଘନ କରୁଥିବା ଆମାନିଆଙ୍କୁ ଅଟାକାଇ ଜୋରିମାନା ଲଗାଉଥିବା ବେଳେ ରାସ୍ତାକଡ଼ରେ ପାର୍କିଙ୍ଗ ହେଉଥିବା କାର୍ ମାନଙ୍କୁ ଉଠାଇ ମଧ୍ୟ ନେଉଛି । ପ୍ରତିଦିନ ଏଭଳି ଅଭିଯାନ ଚଳାଇ ହଜାର ହଜାର ଟଙ୍କା ଜୋରିମାନା ଆଦାୟ କରାଯାଉଥିଲେ ମଧ୍ୟ ଲୋକେ ଟ୍ରାଫିକ ନିୟମକୁ ପାଳନ କରୁ ନାହାନ୍ତି । ତେବେ ଏହାକୁ ନେଇ ବିଭଗ ପକ୍ଷରୁ ସତର୍କ ମଧ୍ୟ କରାଯାଇଛି । ଗାଡି ନେଇ ବାହାରକୁ ଯିବା ସମୟରେ ହେଲମେଟ ପିନ୍ଧିବା ଠାରୁ ଆରମ୍ଭ କରି ଟ୍ରଫିକରେ ଠିଆ ହେବା ସମୟରେ ମଧ୍ୟ ନିୟମ ମାନିବାକୁ ଅପିଲ୍ କରାଯାଇଥିଲା ।

Get real time updates directly on you device, subscribe now.