ବିଶ୍ୱରେ ପ୍ରଥମ ଥର ହେବାକୁ ଯାଉଛି Sperm ଦୌଡ଼ ପ୍ରତିଯୋଗିତା, ଦେଖିହେବ Live ଟେଲିକାଷ୍ଟ

ବୈଜ୍ଞନାକିଙ୍କ ନିଆରା ପ୍ରତିଯୋଗୀତା । ଦର୍ଶକ ଦେଖିବେ କାହା ଡିମ୍ବାଣୁ କେତେ ଆଗୁଆ ।

ଓଡ଼ିଶା ଭାସ୍କର: ପଢ଼ିଲା ବେଳକୁ ଅଜବ ଲାଗିଲେ ବି ଏହା ସତ ଖବର । ଲସଆଞ୍ଜେଲ୍ସରେ ହେବାକୁ ଯାଉଛି ଏକ ନିଆରା ପ୍ରତିଯୋଗିତା । ଯାହାକୁ ନେଇ ବୈଜ୍ଞାନିକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

ଏପ୍ରିଲ ୨୫ ତାରିଖରେ ହେବାକୁ ଯାଉଛି ସ୍ପର୍ମ ରେସ୍ । ହଲିଉଡ୍ ପୋଲେଡିୟମରେ ଏହି ପ୍ରତିଯୋଗିତା ହେବାକୁ ଯାଉଛି । ଶରୀର ଭିତରେ ସ୍ପର୍ମ ଯେଉଁଭଳି ଗତି କରେ ସେ ନେଇ କୃତିମ ବାତାବରଣ ତିଆରି କରାଯିବ ଯେଉଁଠାରେ ସ୍ପର୍ମକୁ ଛଡ଼ାଯିବ ।

ପ୍ରତିଯୋଗିତା ଲାଇଭ କରାଯିବ । ଅନ୍ୟ ପ୍ରତିଯୋଗିତା ଭଳି ଏହାର କମେଣ୍ଟ୍ରି ମଧ୍ୟ କରାଯିବ । ୨ ପ୍ରକାର ସ୍ପର୍ମ ନମୁନାକୁ ନେଇ ପ୍ରତିଯୋଗିତା ହେବ । ଦର୍ଶକ ଏହାକୁ ଲାଇଭ ଦେଖିବା ସହ ନିଜ ଫେଭରାଇଟ୍ ସ୍ପର୍ମ ପାଇଁ ବେଟିଂ ଲାଗାଇପାରିବେ ।

ବହୁ ଇନଭେଷ୍ଟର ଏହି ପ୍ରତିଯୋଗିତାରେ ବିନିଯୋଗ କରିଛନ୍ତି । ୧ ମିଲିୟନ୍ ଡଲାର ଖର୍ଚ୍ଚରେ ଏହାର ଆୟୋଜନ କରାଯାଇଥିବା କୁହାଯାଉଛି ।

ପ୍ରତିଯୋଗୀତାର ମୂଳ ଲକ୍ଷ୍ୟ, କ୍ରମଶଃ ପୁରୁଷଙ୍କଠାରେ ସ୍ପର୍ମ କାଉଣ୍ଟ ୫୦% କମିବାରେ ଲାଗିଛି । ଯାହାପାଇଁ ନାନା ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖିବାକୁ ମିଳିଛି । ଏହାକୁ କିପରି ପୂର୍ବ ପ୍ରକାରେ ବଢ଼ାଯାଇ ପାରିବ ସେ ଉଦ୍ଦେଶ୍ୟରେ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଛି ।