fbpx

କ୍ଷମା ମାଗିଲେ ଦିନେଶ କାର୍ତ୍ତିକ, କ୍ୟାପଟେନ କୁଲଙ୍କ ସହ ଜଡିତ ଏ ମାମଲା, କହିଲେ – ଭୁଲ ହୋଇଯାଇଛି ….

ଓଡିଶା ଭାସ୍କର: ଭାରତୀୟ କ୍ରିକେଟ ଦଳର ପୂର୍ବତନ ୱିକେଟରକ୍ଷକ ବ୍ୟାଟର ଦିନେଶ କାର୍ତ୍ତିକଙ୍କୁ ହଠାତ ସାର୍ବଜନୀନ ଭାବରେ କ୍ଷମା ପ୍ରାର୍ଥନା କରିବାକୁ ପଡିଛି । ଏହି ଷ୍ଟାଇଲିସ ବ୍ୟାଟର କହିଛନ୍ତି ଯେ ତାଙ୍କର ଅଜାଣତରେ ଭୁଲ ହୋଇଯାଇଛି । ପୂର୍ବଭାରତୀୟ ଅଧିନାୟକ ତଥା ଚାମ୍ପିୟାନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସହିତ ତାଙ୍କର ଏହି ମାମଲା ଜଡିତ ହୋଇ ରହିଛି ।

ପ୍ରକାଶଥାଉ ଯେ, କାର୍ତ୍ତିକ କ୍ରିକେଟର ତିନି ଫର୍ମାଟ ପାଇଁ ଅଲ ଟାଇମ ଇଲେଭେନ ବା ସର୍ବକାଳୀନ ଶ୍ରେଷ୍ଠ ଏକାଦଶ ଦଳର ଚୟନ କରିଥିଲେ । ‘କ୍ରିକବଜ’ର ଏକ ଶୋ’ରେ ସେ ଏହି ଦଳର ଚୟନ କରିଥିଲେ । ମାତ୍ର ଏଥିରେ ଭାରତୀୟ ଦଳର ସର୍ବକାଳୀନ ଶ୍ରେଷ୍ଠ କୁହାଯାଉଥିବା ଅଧିନାୟକଙ୍କୁ ରଖି ନଥିଲେ । ପରବର୍ତ୍ତୀ ସମୟରେ ଏପିସୋଡର ପ୍ରସାରଣ ହେବା ପରେ ଦିନେଶ ଏହାକୁ ନେଇ କ୍ଷମା ପ୍ରାର୍ଥନା କରିବା ସହ ସାର୍ବନଜୀନ ଭାବରେ ଏହା ଏକ ଭୁଲ ବୋଲି ମନ୍ତବ୍ୟ ଦେଇଛନ୍ତି । ସେ ତାଙ୍କର ଏହି ପ୍ଲେଇଂ ଇଲେଭେନ ବା ଚୂଡାନ୍ତ ଏକାଦଶରେ ୱିକେଟକିପରକୁ ରଖିବା ହିଁ ଭୁଲିଯାଇଥିଲେ ବୋଲି କାର୍ତ୍ତିକ ପ୍ରକାଶ କରିଛନ୍ତି । ଦ ୱାଲ କୁହାଯାଉଥିବା ରାହୁଲ ଦ୍ରାବିଡଙ୍କୁ ସେ ତାଙ୍କର ସର୍ବକାଳୀନ ଶ୍ରେଷ୍ଠ ଏକାଦଶରେ ୱିକେଟରକ୍ଷକ ଭାବରେ ରଖି ନଥିବା କହିଛନ୍ତି । ସବ ୁଫର୍ମାଟରେ ତାଙ୍କ ଦଳରେ ଧୋନୀ ନମ୍ବର ୭ ରେ ରହିବେ ବୋଲି ମଧ୍ୟ କହିଛନ୍ତି ଏହି ପୂର୍ବତନ ଭାରତୀୟ ୱିକେଟରକ୍ଷକ ବ୍ୟାଟର ଦିନେଶ କାର୍ତ୍ତିକ ।

Get real time updates directly on you device, subscribe now.