fbpx

ଯଶପ୍ରୀତ ବୁମରା ମୋ ୩୦୦ କିଲୋମିଟର ବେଗର ସ୍ମାସ ସହ୍ୟ କରି ପାରିବେ ନାହିଁ, ସାଇନା ନେହୱାଲଙ୍କ ତୀକ୍ଷ୍ଣ ଜବାବ

ଓଡିଶା ଭାସ୍କର: ପ୍ରାୟ ଏକ ମାସ ପୂର୍ବରୁ କୋଲକାତା ନାଇଟ ରାଇଡର୍ସର ଉଦିତ ତାରକା ଅଙ୍ଗକୃଷ ରଘୁବଂଶୀଙ୍କ ଏକ ଟ୍ୱିଟକୁ ନେଇ କ୍ରୀଡା ଜଗତରେ ବିବାଦ ଦେଖାଯାଇଛି । ଟ୍ୱିଟ ମାଧ୍ୟମରେ ଅଙ୍ଗକୃଷ କହିଥିଲେ ଯେ, ସାଇନା ବୁମରାମଙ୍କ ବଲକୁ ସହି ପାରିବେ ନାହିଁ । ସେ କ୍ରୁରତାର ସହ ଏହି କଟାକ୍ଷ କରିଥିଲେ । ମାତ୍ର ସାଇନା ନେହୱାଲ ଏବେ ଏକ ସାକ୍ଷାତକାରରେ ଏହାର ପ୍ରତ୍ୟୁତ୍ତର ଫେରାଇଛନ୍ତି ।

କ୍ରିକେଟ ଖେଳ କେତେ ଭୟଙ୍କର ବୋଲି ସାଇନାଙ୍କୁ ପଚରାଯିବାରୁ ସେ ଏହାର ତୀକ୍ଷ୍ଣ ଉତ୍ତର ରଖିଥିଲେ । ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିଥିବା ସାଇନା ଅନ୍ୟ ଖେଳ ପ୍ରତି ବି ସାମାନ ସୁବିଧାର ଉପଲବ୍ଧତା ପାଇଁ ଆହ୍ୱାନ କରିଛନ୍ତି । ସେ କହିଛନ୍ତି ଯେ, କ୍ରିକେଟ ବ୍ୟାଡମିଣ୍ଟନ, ଟେନିସ ତଥା ବାସ୍କେଟବଲ ଭଳି କ୍ରୀଡାଠୁ ବେଶ୍ ଆହ୍ୱାନଭରା ଥାଏ । କ୍ରିକେଟର ରଘୁବଂଶୀ କହିଥିଲେ ଯେ ବୁମରା ଯଦି ସାଇନାଙ୍କ ଉପରେ ୧୫୦ କିଲୋମିଟର ବେଗରେ ବଲ ପକାନ୍ତି ତେବେ ସେ କେମିତି ତାହାର ସାମ୍ନା କରିବେ ।

ଅଲିମ୍ପିକ୍ସରେ କାଂସ୍ୟ ପଦକ ବିଜୟିନୀ ସାଇନା ନେହୱାଲ ମଧ୍ୟ କଡା ଭାଷାରେ ଜବାବ ରଖି କହିଛନ୍ତି ଯେ, କ୍ରିକେଟରଙ୍କ ବଲକୁ ଯେମିତି ସେ ସାମ୍ନା କରି ପାରିବେ ନାହିଁ, ଠିକ ସେହିଭଳି ତାଙ୍କର ସ୍ମାସକୁ ମଧ୍ୟ ବୁମରା ସାମ୍ନା କରି ପାରିବେ ନାହିଁ ।

Get real time updates directly on you device, subscribe now.