fbpx

(video): ‘ଭିନେଶ ଜଣେ ଚାମ୍ପିୟନ’-ହରିୟାଣା ମୁଖ୍ୟମନ୍ତ୍ରୀ କହିଲେ ଅଲିମ୍ପିକ୍ସରୁ ବାହାର ହେବା ପରେ ବି ଭିନେଶଙ୍କୁ ସ୍ୱାଗତ କରାଯିବ, ପଦକ ବିଜେତା ଭଳି ମିଳିବ ସମସ୍ତ ସୁବିଧା

ଓଡିଶା ଭାସ୍କର: ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସୈନି ଭିନେଶଙ୍କୁ ନେଇ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଭିନେଶ ପଦକ ଜିତନ୍ତୁ କି ନ ଜିତନ୍ତୁ ତାଙ୍କୁ ପଦକ ବିଜେତା ଭଳି ସ୍ୱାଗତ କରାଯିବ । ଏହାବାଦ ସେ ସମସ୍ତ ସମ୍ମାନର ବି ଅଧିକାରିଣୀ ହେବେ । ସେ ଅଯୋଗ୍ୟ ଘୋଷିତ ହେଲେ ନିଜ ଓଜନ ପାଇଁ, ମାତ୍ର ଭିନେଶ ସର୍ବଦା ଜଣେ ଚାମ୍ପିୟନ ବୋଲି ହରିୟାଣା ମୁଖ୍ୟମନ୍ତ୍ରୀ କହିଛନ୍ତି ।

କୁସ୍ତିରୁ ସନ୍ୟାସ ଘୋଷଣା ପରେ ହରିୟାଣା ମୁଖ୍ୟମନ୍ତ୍ରୀ ଏହି ଟିପ୍ପଣୀ ରଖିଛନ୍ତି । କହିରଖୁ, ୧୦୦ ଗ୍ରାମ ଓଜନ ବୃଦ୍ଧି ପାଇଁ ଭିନେଶ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ ହୋଇଥିଲେ । ଏକ ପୋଷ୍ଟ ମାଧ୍ୟମରେ ହରିୟାଣା ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ହରିୟାଣାର ସାହସୀ ଓ ସୁନାଝିଅ ଭିନେଶ ଜବରଦସ୍ତ ପ୍ରଦର୍ଶନ କରି ଅଲିମ୍ପିକ୍ସ ଫାଇନାଲରେ ସ୍ଥାନ ପକ୍କା କରିଥିଲେ । ସେ ଫାଇନାଲ ନ ଖେଳି ବି ଚାମ୍ପିୟନ ବୋଲି ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସୈନୀ କହିଛନ୍ତି । ଏହାବାଦ ସେ ଭିନେଶଙ୍କୁ ପଦକ ବିଜେତା ଭଳି ସମସ୍ତ ସମ୍ମାନ ଦିଆଯିବକୁ ମଧ୍ୟ ଘୋଷଣା କରିଛନ୍ତି । ଏହା ପରେ ଭିନେଶଙ୍କ ଚାଚା ମହାବୀର ଫୋଗଟ ହରିୟାଣା ସରକାରଙ୍କୁ ଏଥିପାଇଁ ଧନ୍ୟବାଦ ଅର୍ପଣ କରିଛନ୍ତି ।

Get real time updates directly on you device, subscribe now.