fbpx

ସ୍ଫୁଟନିକ୍-ଭି ଟିକାକୁ ମିଳିଲା ମଂଜୁରୀ

Advertisement

ନୁଆଦିଲ୍ଲୀ, ୧୨ା୪ (ଓଡିଶା ଭାସ୍କର) : ରୁଷ ଦ୍ୱାରା ପ୍ରସ୍ତୁତ କରୋନା ଟିକାକୁ ମିଳିଛି କେନ୍ଦ୍ରର ମଂଜୁରୀ । ଭାରତରେ କୋଭିସିଲଡ୍ ଏବଂ କୋଭାକ୍ସିନ୍ ପରେ ସ୍ଫୁଟନିକ୍-ଭି ଟିକାକୁ ବ୍ୟବହାର ନେଇ ମଂଜୁରୀ ମିଳିଛି । ଦେଶରେ କରୋନା ସଂକ୍ରମଣ ପୁଣିଥରେ ଦ୍ରୁତ ମାତ୍ରାରେ ବଢ଼ୁଥିବାରୁ ତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସ୍ଫୁଟନିକ୍-ଭି ଟିକାକୁ ଜରୁରୀକାଳୀନ ମଂଜୁରୀ ଦେଇଛନ୍ତି । ବର୍ତ୍ତମାନ ଦେଶରେ ଟିକାକରଣକୁ ତ୍ୱରାନ୍ୱିତ କରାଯାଇଥିବା ବେଳେ ରୁଷ ଟିକାକୁ ବ୍ୟବହାର କରିବା ନେଇ ଅନୁମତି ଦ୍ୱାରା ଟିକାକରଣ ଆହୂରି ଜୋରଦାର ହୋଇପାରିବ ।

Get real time updates directly on you device, subscribe now.