fbpx

ସାବଧାନ! LED Bulbରେ ଲାଗିଛି ସ୍ପାଇ କ୍ୟାମେରା: ଆପଣଙ୍କ ସବୁ କାରସାଦି ଉପରେ ରଖୁଛି ନଜର

ନୂଆଦିଲ୍ଲୀ: ସ୍ପାଇ କ୍ୟାମେରାରେ ଅନ୍ୟମାନଙ୍କ ଉପରେ ନଜର ରଖିବା ଏବେ ଏକ ସାଧାରଣ କଥା ହୋଇଗଲାଣି । ଘରେ କିମ୍ବା ଅଫିସର କୋଣରେ ଏହାକୁ ଫିଟ କରାଯାଏ । କିନ୍ତୁ ଏବେ ଏହି କ୍ୟାମେରା ଫିଟ କରିବା ପାଇଁ ଆଉ ଏକ ସିକ୍ରେଟ ଜାଗା ମିଳିଛି । ଯାହାକୁ ଆପଣ ସହଜରେ ନଜର ମଧ୍ୟ କରିପାରିବେ ନାହିଁ । ସେପଟେ ଆପଣଙ୍କ ସବୁ କାମ ଉପରେ ନଜର ରଖିପାରିବ ଏହି ସ୍ପାଇ କ୍ୟାମେରା ।

ଇଲେକ୍ଟ୍ରିକ ଏଲଇଡି ବଲବ, ଏବେ ଏହି ବଲବରେ ମଧ୍ୟ ସ୍ପାଇ କ୍ୟାମେରା ଫିଟ କରାଯାଉଛି । ବିଭିନ୍ନ ଇ-କମର୍ସ ସାଇଟରେ ଏହି ବଲବକୁ ଖୁବ ସହଜରେ ପାଇପାରିବେ ଗ୍ରାହକ । ଏହାକୁ ନେଇ ଆପଣ ଅନ୍ୟମାନଙ୍କ ଉପରେ ନଜର ରଖିପାରିବେ । ଘରର ସୁରକ୍ଷା ପାଇଁ ଆପଣମାନେ ଏହି ସ୍ପାଇ ବଲବକୁ ବ୍ୟବହାର କରିପାରିବେ । ତେବେ ଏହାକୁ ଦେଖିଲେ ସାଧାରଣ ବଲବ ଏବଂ ସ୍ପାଇ କ୍ୟାମେରା ଫିଟ ହୋଇଥିବା ବଲବ, ତାହା କେହି ଜାଣିପାରିବେ ନାହିଁ । ଅନଲାଇନରେ ଏହାର ଦାମ ୨,୦୦୦ଟଙ୍କାରୁ ବି କମ୍ ରଖାଯାଇଛି ।

ଏହି ବଲବ 1080P HD ରିଜୋଲ୍ୟୁସନ ସହ ଆସୁଥିବା ବେଳେ ଏହା କ୍ରିଷ୍ଟାଲ କ୍ଲିୟର ସ୍ମୁଥ ଲାଇଭ ଭିଡିଓ ପ୍ରଦାନ କରିଥାଏ ବୋଲି କମ୍ପାନୀ ଦାବି କରିଛି । ୨.୪G Wi-Fi ମଧ୍ୟ ସପୋର୍ଟ କରିଥାଏ ଏହି ବଲବ । ଆପଣଙ୍କ ସ୍ମାର୍ଟଫୋନ ଆପ୍ ଜରିଆରେ ମଧ୍ୟ ଏହାକୁ ଆକ୍ସେସ କରାଯାଇପାରିବ । ଅଟୋ ଟ୍ରାକିଙ୍ଗ ଏବଂ ଏଲଇଡି ଲାଇଟ ରହିଥିବାରୁ ଏହା ମୋସନକୁ ଡିଟେକ୍ଟ କରି ଅବଜେକ୍ଟକୁ ଟ୍ରାକ କରିପାରେ । ଏହାର ୪ ଏଲଇଡି ଲାଇଟ ଯୋଗୁଁ ରାତି ସମୟରେ ମଧ୍ୟ କ୍ଲିୟର ଫୁଟେଜ ଦେଇଥାଏ ଏହି ବଲବ ।

Get real time updates directly on you device, subscribe now.