fbpx

ସବୁଜ ବାଣ ଉପରେ ନିଷ୍ପତ୍ତି ନେବେ ଏସଆରସି: ହାଇକୋର୍ଟ

କଟକ(ଓଡ଼ିଶା ଭାସ୍କର): ଦୀପାବଳୀରେ ବାଣ ଫୁଟାଇବାକୁ ନେଇ କେତେକ ରାଜ୍ୟରେ କଟକଣା ଲାଗିଛି ତ ଆଉ କେତେକ ରାଜ୍ୟରେ ନିଷ୍ପତ୍ତି ଝୁଲନ୍ତା ଅବସ୍ଥାରେ ରହିଛି । ଏହାରି ମଧ୍ୟରେ ଓଡ଼ିଶା ହାଇକୋର୍ଟରେ ସବୁଜ ବାଣକୁ ଅନୁମତି ସମ୍ପର୍କିତ ମାମଲା ପ୍ରସଙ୍ଗରେ ଆସିଛି ବଡ଼ ଖବର । ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଉପରେ ନିଷ୍ପତ୍ତି ଛାଡିଛନ୍ତି ହାଇକୋର୍ଟ । ସୁପ୍ରିମକୋର୍ଟ ଓ ଏନଜିଟିଙ୍କ ନିର୍ଦ୍ଦେଶାବଳୀ ଆଧାରରେ ଏସଆରସି ନିଷ୍ପତ୍ତି ନେବେ । କୋଭିଡ ଗାଇଡଲାଇନ ଆଧାରରେ ନିଷ୍ପତ୍ତି ନେବେ ଏସଆରସି ।

ସବୁଜ ବାଣକୁ ନେଇ ଆସନ୍ତାକାଲି ଦିନ ୧୧ଟାରେ ଏସଆରସି ଶୁଣାଣି କରିବେ । ଦିନ ଗୋଟାଏ ସୁଦ୍ଧା ଶୁଣାଣି ଶେଷ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ନିଷ୍ପତ୍ତି ସମ୍ପର୍କରେ ସୋମବାର ଦିନ ୧୦ଟାରେ କୋର୍ଟଙ୍କୁ ଜଣାଇବେ ଏସଆରସି । ସୋମବାର ଅପରାହ୍ନ ୨ଟାରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

Get real time updates directly on you device, subscribe now.