fbpx

ଡିସେମ୍ବର ୨୧ରେ ଖୋଲିବ ଶ୍ରୀମନ୍ଦିର

ପୁରୀ, ୧୨ା୧୨ (ଓଡିଶା ଭାସ୍କର): ଆସନ୍ତା ୨୧ ତାରିଖରେ ଶ୍ରୀମନ୍ଦିର ଖୋଲିପାରେ । ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ କିଭଳି ଭକ୍ତମାନେ ଦର୍ଶନ କରିବେ ସେ ନେଇ ଆଜି ଆଲୋଚନା କରାଯିବ । । ଏନେଇ ବୈଠକରେ ଛତିଶା ନିଯୋଗର ମତ ନିଆଯିବ । ତେବେ ଦୈନିକ ୪ ହଜାର ଭକ୍ତଙ୍କୁ ଅନୁମତି ମିଳିବାର ସମ୍ଭାବନା ରହିଥିବା ବିଶ୍ୱାସଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି । ସୀମିତ ସଂଖ୍ୟକ ଭକ୍ତଙ୍କୁ ଛଡ଼ାଯିବା ନେଇ ବ୍ୟବସ୍ଥା କରାଯିବ । ବର୍ତ୍ତମାନ ୧୦% ଭକ୍ତଙ୍କୁ ମନ୍ଦିରକୁ ଛାଡ଼ିବା ନେଇ ଆଲୋଚନା ହୋଇପାରେ । କରୋନା ପୂର୍ବରୁ ଶ୍ରୀମନ୍ଦିରକୁ ପାଖାପାଖି ଦିନକୁ ୪୦ ହଜାର ଭକ୍ତ ଆସୁଥିଲେ । ସ୍ୱର୍ଣ୍ଣମନ୍ଦିର ଦର୍ଶନ ବ୍ୟବସ୍ଥା ଆଧାରରେ ଦର୍ଶନ ବ୍ୟବସ୍ଥା ହୋଇପାରେ ବୋଲି କୁହାଯାଉଛି ।

Get real time updates directly on you device, subscribe now.