fbpx

ସ୍ନାନବେଦୀରେ ଶ୍ରୀଜିଉ, କଟକଣା ମଧ୍ୟରେ ଚାଲିଛି ନୀତିକାନ୍ତି

ପୁରୀ(ଓଡ଼ିଶା ଭାସ୍କର): ଆଜି ହେଉଛି ପବିତ୍ର ସ୍ନାନ ପୂର୍ଣ୍ଣିମା । କରୋନା କାଳରେ ରଥଯାତ୍ରାର ଆଦ୍ୟପର୍ବ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଆଜି ଅନୁଷ୍ଠିତ ହେଉଛି । ସ୍ନାନବେଦୀକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଧାଡି ପହଣ୍ଡିରେ ଆସି ସ୍ନାନବେଦୀରେ ପହଞ୍ଚିଛନ୍ତି ଶ୍ରୀଜିଉ । ଶ୍ରୀମନ୍ଦିରରୁ ବାହାରି ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । କରୋନା କଟକଣାରେ ଆଗେଇ ଚାଲିଛିମହାପ୍ରଭୁଙ୍କ ନୀତିକାନ୍ତି । ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି, ଅଧର ପୋଛା ଶେଷ ହୋଇଥିବା ଆଜି ୧୦୮ ଗରା ଜଳରେ ସ୍ନାନ କରିବେ ଶ୍ରୀଜିଉ ।

ସ୍ନାନ ପରେ ଗଜବେଶ ଧାରଣ କରି ଦର୍ଶନ ଦେବେ ମହାପ୍ରଭୁ । କିନ୍ତୁ କରୋନା ଯୋଗୁଁ ଏଥର ବିନା ଭକ୍ତରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ନୀତି ସମ୍ପର୍ଣ୍ଣ ହେବ । ସ୍ନାନଯାତ୍ରାରେ ନିୟୋଜିତ ସମସ୍ତ ସେବାୟତ, ପ୍ରଶାସନିକ କର୍ମଚାରୀ ଓ ପୋଲିସ କର୍ମଚାରୀଙ୍କ କୋଭିଡ ଟେଷ୍ଟ କାର୍ଯ୍ୟ ସମାପ୍ତ ହୋଇଛି ।

ଅନ୍ୟପକ୍ଷରେ ଜନସମାଗମକୁ ଏଡାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଚତୁଃପାଶ୍ୱର୍କୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖାଯିବା ସହ ୧୪୪ ଧାରା ଜାରି କରାଯାଇଛି । ଶ୍ରୀମନ୍ଦିର ଚତୁଃପାଶ୍ୱର୍କୁ ତ୍ରିସ୍ତରୀୟ କଡାସୁରକ୍ଷା ବଳ ମଧ୍ୟରେ ରଖାଯାଇଛି । ତେବେ ଚଳିତ ବର୍ଷ ଗଜପତି ମହାରାଜ ଦିବ୍ୟସିଂହ ହେବ ସ୍ନାନବେଦୀରେ ଛେରାପହଁରା କରିବେ ନାହିଁ । ମୁଦିରସ୍ତ ଛେରାପହଁରା କରିବେ ବୋଲି ଗଜପତି ଲିଖିତ ରୂପେ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇଛନ୍ତି ।

Get real time updates directly on you device, subscribe now.