fbpx

ସ୍ପଟ ଫିକ୍ସିଙ୍ଗ ପାଇଁ କ୍ରିକେଟରୁ ହୋଇଥିଲେ ନିଲମ୍ବିତ: IPL ଜରିଆରେ ପୁଣି ଫେରିବେ ଶ୍ରୀସନ୍ଥ

ନୂଆଦିଲ୍ଲୀ: IPL-୨୦୨୨ ପାଇଁ ହେବାକୁ ଥିବା ମେଗା ଅକ୍ସନ ଉପରେ ଏବେ କ୍ରିକେଟ ପ୍ରେମୀଙ୍କ ନଜର । ଷ୍ଟାର ଖେଳାଳିଙ୍କୁ ଦଳରେ ସାମିଲ କରିବା ପାଇଁ ଲଢିବେ ୧୦ଟି ଟିମ । ଏହି ଅକ୍ସନରେ ମୋଟ ୫୯୦ ଜଣ ଖେଳାଳିଙ୍କ ଲିଷ୍ଟ ଘୋଷଣା କରିଛି ବିସିସିଆଇ । ତେବେ ଚଳିତ ବର୍ଷ ଆଇପିଏଲକୁ ପୁଣି ଥରେ କମବ୍ୟାକ କରିବା ଆଶା ରଖିଛନ୍ତି ଷ୍ଟାର ବୋଲର ଏସ. ଶ୍ରୀସନ୍ଥ । ସେଥିପାଇଁ ମେଗା ଅକ୍ସନରେ ନିଜ ନାଁ ମଧ୍ୟ ରେଜିଷ୍ଟ୍ରେସନ ମଧ୍ୟ କରି ସାରିଛନ୍ତି । ତେବେ ଏହି ମେଗା ଅକ୍ସନରେ ବେସ ପ୍ରାଇସ ୫୦ ଲକ୍ଷ ଟଙ୍କା ରଖିଛନ୍ତି ଶ୍ରୀସନ୍ଥ ।

ଶେଷ ଥର ପାଇଁ ୨୦୧୩ ଆଇପିଏଲ ସିଜନରେ ଶ୍ରୀସନ୍ଥ ନଜର ଆସିଥିଲେ । ତେବେ ଆଇପିଏଲ ଆରମ୍ଭରୁ ହିଁ ବିବାଦରେ ଘେରରେ ରହି ଆସିଛନ୍ତି ଶ୍ରୀସନ୍ଥ । ପ୍ରଥମେ କିଙ୍ଗସ ଇଲେଭେନ ପଞ୍ଜାବ ପକ୍ଷରୁ ଖେଳୁଥିବା ସମୟରେ ହରଭଜନ ସିଂହ ଏବଂ ତାଙ୍କ ମଧ୍ୟରେ ତିକ୍ତତାକୁ ନେଇ ସେ ବିବାଦ ଘେରକୁ ଆସିଥିଲେ । ଏହାପରେ ରାଜସ୍ଥାନ ପକ୍ଷରୁ ଖେଳୁଥିବା ବେଳେ ମ୍ୟାଚ ଫିକ୍ସିଙ୍ଗ ମାମଲାରେ ଛନ୍ଦି ହୋଇ କ୍ରିକେଟ ଜଗତରୁ ବ୍ୟାନ ହୋଇଥିଲେ । ତେବେ ୭ ବର୍ଷ ପରେ ବ୍ୟାନ ହଟିବା ପରେ ସେ ପୁଣି ଥରେ ଆଇପିଏଲକୁ ଫେରିବା ପାଇଁ ଆଗ୍ରହ ଦେଖାଇଛନ୍ତି । ଆଇପିଏଲରେ ୪୪ଟି ମ୍ୟାଚରୁ ୮.୧୪ ଇକୋନୋମୀ ସହିତ ୪୦ଟି ୱିକେଟ ଅକ୍ତିଆର କରିଛନ୍ତି ଶ୍ରୀସନ୍ଥ । ତେବେ ଚଳିତ ବର୍ଷ ୧୦ଟି ଟିମ ମଧ୍ୟରୁ କେଉଁ ଦଳ ଏହି ଷ୍ଟାର ବୋଲରଙ୍କ ଉପରେ ବୋଲି ଲଗାଉଛି ତାହା ଦେଖିବାକୁ ବାକି ରହିଲା ।

Get real time updates directly on you device, subscribe now.