fbpx

ଭକ୍ତଙ୍କ ପାଇଁ ଖୁସିଖବର : ୨୫ ଜାନୁଆରୀରୁ ଗଡ଼ିବ ଶ୍ରୀଜଗନ୍ନାଥ ସର୍କିଟ୍ ଟ୍ରେନ୍

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭକ୍ତମାନଙ୍କ ପାଇଁ ଆସିଛି ଏକ ବଡ଼ ଖୁସ ଖବର । ଜାନୁଆରୀ ୨୫ରୁ ଗଡ଼ିବାକୁ ଯାଉଛି ଶ୍ରୀଜଗନ୍ନାଥ ସର୍କିଟ ଟ୍ରେନ୍ । ଆଇଆରସିଟିସି ପକ୍ଷରୁ ଗୌରବ ଟ୍ରେନ୍ ଜରିଆରେ ଏହି ଟ୍ରେନ୍ ଗଡ଼ିବ । ଦିଲ୍ଲୀରୁ ଆଇଆରସିଟିସି ମାଧ୍ୟମରେ ୮ ଦିନିଆ ଯାତ୍ରା କରିବେ ଯାତ୍ରୀ । ଏହାର ମୁଖ୍ୟ ଆକର୍ଷଣ ରହିବ ଶୀଜଗନ୍ନାଥ ମନ୍ଦିର ପରିଦର୍ଶନ । ଟୁର୍ ପ୍ୟାକେଜର ଅଂଶ ଭାବେ କୋଣାର୍କ ଓ ଭୁବନେଶ୍ୱର ରହିବ । ଏହା ସହ କାଶୀ, ବୈଦ୍ୟନାଥ ଓ ଗୟା ଦର୍ଶନ ବି ଟୁର୍ ପ୍ୟାକେଜରେ ଥିବା ସୂଚନା ଦିଆଯାଇଛି ।

ତେବେ ରଥ ଯାତ୍ରା ପୂର୍ବରୁ ଜଗନ୍ନାଥ ସର୍କିଟ ଟ୍ରେନ୍ ଚଳାଇବାକୁ ରେଳବାଇ ଯୋଜନା କରୁଛି ଯାହା ପ୍ରଭୁ ଜଗନ୍ନାଥ ଏବଂ ଓଡିଶାର ମହାନ ସଂସ୍କୃତି, ଐତିହ୍ୟ ଏବଂ ଇତିହାସ ଓ କଥାବଳିକୁ ପ୍ରଦର୍ଶନ କରିବ ବୋଲି ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଥିଲେ । ଓଡ଼ିଶା ଗସ୍ତରେ ଆସି ପୂର୍ବତଟ ରେଳପଥ ମୁଖ୍ୟାଳୟ ଚନ୍ଦ୍ରଶେଖରପୁର ସ୍ଥିତ ରେଳ ସଦନ ଠାରେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଏବଂ ଅନ୍ୟାନ ପ୍ରମୁଖ ବିଭାଗୀୟ ଅଧିକାରୀମାନଙ୍କ ସହିତ ଓଡ଼ିଶାରେ ଚାଲୁରହିଥିବା ରେଳ ପ୍ରକଳ୍ପ ଗୁଡିକର ସମୀକ୍ଷା କରିଥିଲେ ।

ଯେହେତୁ ରାଜ୍ୟରେ ରେଳ ପ୍ରକଳ୍ପଗୁଡିକର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରି ଶୀଘ୍ର ସମାପ୍ତି ପାଇଁ ପ୍ରାଥମିକତା ଦିଆଯାଉଛି ସେଥିପାଇଁ ଶ୍ରୀ ବୈଷ୍ଣବ ରେଳ ଅଧିକାରୀଙ୍କୁ ପରାମର୍ଶ ଦେଇ କହିଥିଲେ ଯେ ଏଥିପ୍ରତି ପ୍ରାଥମିକତା ଦେଇ ଚାଲୁରହିଥିବା ପ୍ରକଳ୍ପ ଗୁଡିକୁ ଶୀଘ୍ର ସମ୍ପାଦନ ପାଇଁ ବିଶେଷ ଧ୍ୟାନ ଦିଆଯିବ ଦରକାର ଯାହା ଦ୍ୱାରା ଚାଲୁରହିଥିବା ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ ହେବ । ପ୍ରକଳ୍ପଗୁଡିକ ଶୀଘ୍ର ଶେଷ କରିବାକୁ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସମେତ ସମସ୍ତ ସଂସ୍ଥା ସହିତ ନିରନ୍ତର ସମ୍ପର୍କ ଏବଂ ସମନ୍ୱୟ ରକ୍ଷା କରିବାକୁ ସେ ରେଳ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ।

Get real time updates directly on you device, subscribe now.