ଶ୍ରୀଲଙ୍କାରେ ଜାରି ରହିଥିବା ଆର୍ଥୀକ ସଂଙ୍କଟ ଏବଂ ସାଧାରଣ ଜନତାଙ୍କ ବିରୋଧ ପ୍ରଦର୍ଶନ ମଧ୍ୟରେ ଆଜି ଦେଶର ଜନତାଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷ। ସେ ଦେଶର ଲୋକଙ୍କୁ ଶାନ୍ତି ପାଇଁ ଅପିଲ କରିଛନ୍ତି । ସେ କହିଛନ୍ତି ଯେ ଆପଣ ଯେତେବେଳେ ବିରୋଧ ପ୍ରଦର୍ଶନ କରୁଛନ୍ତି ସେତେବେଳେ ଆମେ ଡଲାର ହରାଉଛନ୍ତି । ପ୍ରଦର୍ଶନକାରୀମାନେ ରାଜପକ୍ଷ ପରିବାର ପ୍ରତି ବର୍ତ୍ତମାନ ଖୁବ ନାରାଜ ଅଛନ୍ତି ।
ଏହି ସମୟରେ ସେ କହିଥିଲେ ଯେ ତାଙ୍କ ସରକାର ଦେଶରେ ସଂଙ୍କଟକୁ ଏଡାଇବା ପାଇଁ ସମସ୍ତ ପଦକ୍ଷେପ ଉଠାଉଛନ୍ତି । ଜାରି ରହିଥିବା ସଂଙ୍କଟର ସମାଧାନ ପାଇଁ ସେ ସମସ୍ତ ଦଳକୁ ଆଗକୁ ଆସି ମିଳିମିଶି କାର୍ଯ୍ୟ କରିବାକୁ ପ୍ରସ୍ତାବ ଦେଇଥିଲେ ମଧ୍ୟ କେହି ଏଥି ପ୍ରତି ଆଗ୍ରହ ଦେଖାଇ ନଥିଲେ । ସେ କହିଛନ୍ତି ଯେ ତାଙ୍କ ସରକାର ଦେଶରେ ଯୁଦ୍ଧ ସମାପ୍ତ କରି ବିକାଶ ଆଡକୁ ଦେଶକୁ ନେଇଥିଲେ । ଦେଶର ସଡ଼କ, ବନ୍ଦର ଏବଂ ରାଜମାର୍ଗ ଲୋକଙ୍କ ଉନ୍ନତି ପାଇଁ କରିଥିଲେ । ଯେ ପର୍ଯ୍ୟନ୍ତ ସେଗୁଡ଼ିକୁ ଦେୟ ଦେବା ପାଇଁ ଡଲାର ପାଇ ନାହୁଁ, ସେ ପର୍ଯ୍ୟନ୍ତ ଏହି ସଂଙ୍କଟକୁ ଦୁରର କରିବା ପାଇଁ ଆମେ ଚେଷ୍ଟା କରିବୁ ।
ଶ୍ରୀଲଙ୍କାରେ ଜାରି ରହିଥିବା ସଂଙ୍କଟ ମଧ୍ୟରେ ପୁରା ଦେଶରେ ସରକାରଙ୍କ ପ୍ରତି ଆକ୍ରୋଶ ରହିଛି । ଲୋକମାନେ ରାଜରାସ୍ତାକୁ ଆସି ସରକାରଙ୍କ ବିରୁଦ୍ଧରେ ବିରୋଧ ପ୍ରଦର୍ଶନ କରୁଛନ୍ତି । ଦେଶରେ ଉତ୍କଟ ମହଙ୍ଗା ସମସ୍ୟା ଦେଖା ଦେଇଛି । ଦେଶରେ ପେଟ୍ରୋଲ ଡିଜେଲ ସହିତ ଖାଦ୍ୟସସ୍ୟରେ ମଧ୍ୟ ଅଭାବ ଦେଖା ଦେଇଛି । ଭାରତର ଏହି ପଡୋଶି ଦେଶରେ ଦିନେ ପଯ୍ୟଟକଙ୍କ ଭିଡ ଲାଗୁଥିବା ବେଳେ ଏବେ ପର୍ଯ୍ୟଟନ ଶିଳ୍ପ ଖାଁ ଖାଁ ହୋଇ ପଡିଛି ।