fbpx

ବିକ୍ଷୋଭକାରୀଙ୍କ ସାମ୍ନାରେ ନଇଁଲେ ଶ୍ରୀଲଙ୍କା ରାଷ୍ଟ୍ରପତି, ପିଏମ ମହିନ୍ଦ୍ରା ରାଜପକ୍ଷେଙ୍କୁ ହଟାଇବା ଉପରେ ହେଲେ ସହମତ

ଘୋର ଆର୍ଥିକ ସଙ୍କଟର ସାମ୍ନା କରୁଥିବା ଶ୍ରୀଲଙ୍କାରେ ପ୍ରାୟ ୧ ମାସରୁ ସରକାରଙ୍କ ବିରୋଧରେ ପ୍ରଦର୍ଶନ କରୁଛନ୍ତି । ଏହାରି ମଧ୍ୟରେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଏବଂ ଭାଇ ମହିନ୍ଦ୍ରା ରାଜପକ୍ଷେଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟିବା ପାଇଁ ସହମତ ହୋଇଛନ୍ତି । ବିକ୍ଷୋଭକାରୀମାନେ ଦୀର୍ଘ ଦିନ ଧରି ରାଜପକ୍ଷେ ପରିବାରଙ୍କ ହାତରୁ ଦେଶର ସତ୍ତା ଛଡ଼ାଇବାକୁ ଦାବି କରୁଛନ୍ତି । ଏହା ପୂର୍ବରୁ ଅନେକ ଥର ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଏବଂ ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷେ ପ୍ର୍ରଦର୍ଶନକାରୀଙ୍କ ପିଏମ ଇସ୍ତଫା ଦାବିକୁ ଅସ୍ୱୀକାର କରିଥିଲେ ।

ଏକ ରିପୋର୍ଟ ଅନୁଯାୟୀ ମହିନ୍ଦ୍ରା ରାଜପକ୍ଷେଙ୍କ ଇସ୍ତଫା ପରେ ଦେଶରେ ନୂଆ ଅର୍ଥବ୍ୟବସ୍ଥା ପାଇଁ ରାଷ୍ଟ୍ରପତି ବୈଠକ ଡକାଇଛନ୍ତି । ଏହା ପୂର୍ବରୁ ସାଂସଦ ମୈତ୍ରୀପାଲ ସିରିସେନା ରାଷ୍ଟ୍ରପତିଙ୍କ ସହ ସାକ୍ଷାତକରି ନୂଆ ପ୍ରଧାନମନ୍ତ୍ରୀ ନାମ ପାଇଁ ରାଷ୍ଟ୍ରୀୟ ପରିଷଦ ନିଯୁକ୍ତି କରାଯାଉ ।  ଏହି ପରିଷଦରେ ସବୁ ଦଳର ସଦସ୍ୟ ସାମିଲ ରହିବେ ।

ଉଲ୍ଲେଖଯୋଗ୍ୟ, ଶ୍ରୀଲଙ୍କା ଏହାର ସବୁଠାରୁ ଖରାପ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଦରଦାମ ଆକାଶ ଛୁଆଁ ହୋଇଛି । ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ଦେଖାଦେଇଛି  । ଶ୍ରୀଲଙ୍କାରେ ମୁଦ୍ରାସ୍ଫୀତି ଦ୍ରୁତ ଗତିରେ ବଢ଼ୁଛି, ବିଦେଶୀ ଋଣଭାର ବଢ଼ିଛି । ଅନେକ ସହରରେ ଲକଡାଉନ ରହିଛି । ଶ୍ରୀଲଙ୍କାକୁ ଚଳିତ ବର୍ଷ ପ୍ରାୟ ୭ ବିଲିୟନ ଡଲାରର ଋଣ ପରିଶୋଧ କରିବାକୁ ପଡିବ  ।

Get real time updates directly on you device, subscribe now.