fbpx
BSKY
BJD YOUTH SKY
BJD MS SKY

ଶ୍ରୀଦେବୀଙ୍କ ମୃତ୍ୟୁ ରହସ୍ୟରୁ ଉଠିଲା ପରଦା! ସେଦିନ ରାତିର ସବୁ ଘଟଣା କହିଦେଲେ ବୋନୀ କପୁର

ମୁମ୍ବାଇ: ୨୪ ଫେବୃଆରୀ, ୨୦୧୮… ଏହି ଦିନକୁ ବଲିଉଡ ସିନେପ୍ରେମୀମାନେ ବୋଧହୁଏ କେବେ ଭୁଲିପାରିବେ ନାହିଁ । କାରଣ ବଲିଉଡର ‘ଚାନ୍ଦନୀ’ ତଥା ବିୟୁଟି କ୍ୱିନ ଶ୍ରୀଦେବୀ ଏହି ଦିନ ସାରା ଦୁନିଆରୁ ବିଦାୟ ନେଇ ଆରପାରିକୁ ଚାଲି ଯାଇଥିଲେ । ଏ ଘଟଣାକୁ ଅନେକ ଦିନ ପର୍ଯ୍ୟନ୍ତ କିଛି ଲୋକ ବିଶ୍ୱାସ କରିପାରି ନଥିଲେ । କିନ୍ତୁ ସେଦିନ ରାତିରେ ଅଚାନକ ବଲିଉଡ ଦୁନିଆ ଏବଂ ସାରା ଭାରତରେ ଏକ ଶୋକର ଛାୟା ଖେଳି ଯାଇଥିଲା । ତେବେ ସେଦିନରୁ ଆଜି ପର୍ଯ୍ୟନ୍ତ ଗୋଟିଏ ବିରାଟ ପ୍ରଶ୍ନର ଉତ୍ତର ମିଳିପାରି ନାହିଁ । ଶ୍ରୀଦେବୀଙ୍କ ମୃତ୍ୟୁ କିପରି ହେଲା?

ଏଭଳି ଏକ ବଡ଼ ପ୍ରଶ୍ନ ଆଜି ପର୍ଯ୍ୟନ୍ତ ଛାତି ତଳେ ଚାପି ରଖିଥିଲେ ଶ୍ରୀଦେବୀଙ୍କ ସ୍ୱାମୀ ବୋନୀ କପୁର । କିନ୍ତୁ ଆଜି ୫ ବର୍ଷ ପରେ ସେ ଏହାର ଖୁଲାସା କରିଛନ୍ତି । ଶ୍ରୀଦେବୀଙ୍କ ମୃତ୍ୟୁ ନ୍ୟଚୁରାଲ ନୁହେଁ ବୋଲି ଏକ ବୟାନ ଦେଇଛନ୍ତି ବୋନୀ । ଯାହାକୁ ନେଇ ପୁଣିଥରେ ଏହି ମାମଲାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ଆଗ ଧାଡ଼ିର ଫିଲ୍ମ ନିର୍ମାତା ବୋନୀ କପୁର କହିଛନ୍ତି ଯେ, ଶ୍ରୀଦେବୀଙ୍କ ମୃତ୍ୟୁ ଏକ ସ୍ୱାଭାବିକ ମୃତ୍ୟୁ ନୁହେଁ । ଆକସ୍ମିକ ଭାବରେ ପ୍ରାଣ ହରାଇଥିଲେ ଶ୍ରୀଦେବୀ । ତେବେ ତାଙ୍କ ମୃତ୍ୟୁକୁ ନେଇ କେବେ କିଛି ମୁହଁ ନ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲେ ବୋନୀ କପୁର । କାରଣ ଏହି ମାମଲା ନେଇ ଯାଞ୍ଚ ଚାଲିଥିବା ସମୟରେ ପ୍ରାୟ ୨୪ ଘଣ୍ୟାରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ତେବେ ଗଣମାଧ୍ୟମ ତରଫରୁ ପ୍ରବଳ ଚାପ ରହୁଥିବା ବେଳେ ଆମକୁ ଏଭଳି କରିବାକୁ ପଡ଼ିଥିଲା ବୋଲି କହିଛନ୍ତି ବୋନୀ କପୁର । ତେବେ ପରେ ଏହି ମାମଲା ପଛରେ କୌଣସି ବେଇମାନୀ ହୋଇନ ଥିବା ସ୍ପଷ୍ଟ ହୋଇଥିଲା । ଏହି ସମୟରେ ଲାଇ ଡିଟେକ୍ସନ ଟେଷ୍ଟ ସହିତ ଆହୁରି ଅନେକ ପରୀକ୍ଷା ଦେଇ ଗତି କରିବାକୁ ପଡ଼ିଛି । ତେବେ ଶେଷରେ ସମସ୍ତ ପରୀକ୍ଷା ପାସ୍ କରିବା ସହ ଶ୍ରୀଦେବୀଙ୍କ ମୃତ୍ୟୁ ନିସନ୍ଦେହ ବୋଲି ପ୍ରମାଣିତ ହେବା ସହ ଏହା ଏକ ଆକସ୍ମିକ ମୃତ୍ୟୁ ବୋଲି ସ୍ପଷ୍ଟ ହୋଇଛି ।

ଏହାପରେ ମଧ୍ୟ ବୋନୀ କପୁର କହିଛନ୍ତି ଯେ, ମୃତ୍ୟୁ ସମୟରେ ଶ୍ରୀଦେବୀ ଡାଇଟ ଯୋଗୁଁ ଅନେକ ସମୟରେ ଉପବାସ ରହୁଥିଲେ । ସ୍କ୍ରିନରେ ସୁନ୍ଦର ଦେଖାଯିବା ପାଇଁ ଏପରି କରୁଥିଲେ ଶ୍ରୀଦେବୀ । ଫଳରେ ସେ ବ୍ଲାକ-ଆଉଟ ଏବଂ ଲୋ ବିପି ଭଳି ସମସ୍ୟାରେ ମଧ୍ୟ ପଡ଼ିଯାଇଥିଲେ । ଏହାପରେ ମଧ୍ୟ ସେ ନିଜ ଜିଦ୍ ଏବଂ ଡାଇଟକୁ ଚାଡ଼ି ନଥିଲେ । ନାଗାର୍ଜୁନଙ୍କ ସହ ଗୋଟିଏ ଫିଲ୍ମ କରିବା ସମୟରେ ମଧ୍ୟ ଶ୍ରୀଦେବୀ ଥରେ ବାଥରୁମରେ ବେହୋସ ହୋଇ ପଡ଼ି ଯାଇଥିଲେ । ଫଳରେ ତାଙ୍କର ଦାନ୍ତ ଭାଙ୍ଗି ଯାଇଥିବା କହିଛନ୍ତି ବୋନୀ କପୁର । ତେବେ ଫେବୃଆରୀ ୨୪ ତାରିଖ ରାତିରେ ମଧ୍ୟ ଏଭଳି ଏକ ସମସ୍ୟାରେ ପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଥାଇପାରେ ବୋଲି ବୋନୀ କପୁର ପ୍ରତିକ୍ରିୟା ଦେଇଛନ୍ତି ।

Get real time updates directly on you device, subscribe now.