fbpx

ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା: ପୁରୁଷ ସନ୍ତରଣ ୧୦୦ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ ଫାଇନାଲରେ ଶ୍ରୀହରି, ସ୍ୱର୍ଣ୍ଣ ପଦକ ଆଶା

ବର୍ମିଂହାମ: ଭାରତୀୟ ସନ୍ତରଣକାରୀ ଶ୍ରୀହରୀ ନଟରାଜ ବିଜୟ ଧାରା ବଜୟେ ରଖି ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡା ପୁରୁଷ ୧୦୦ ମିଟର ବ୍ୟାକଷ୍ଟ୍ରୋକ ଇଭେଣ୍ଟ ଫାଇନାଲ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି । ଶନିବାର ଅନୁଷ୍ଠିତ ଏହି ଇଭେଣ୍ଟର ସେମିଫାଇନାଲରେ ଶ୍ରୀହରୀ ୫୪.୫୫ ସେକେଣ୍ଡରେ ଏହି ଦୂରତ୍ୱକୁ ଅତିକ୍ରମ କରି ହିଟ ପର୍ଯ୍ୟାୟରେ ଚତୁର୍ଥ ଓ ଓଭରଅଲ ସପ୍ତମ ସ୍ଥାନ ଅଧିକାରୀ କରି ଫାଇନାଲ ପର୍ଯ୍ୟାୟ ମୁକାବିଲା ପାଇଁ ଯୋଗ୍ୟତା ହାସଲ କରି ନେଇ ଥିଲେ । ଦକ୍ଷିଣ ଆଫ୍ରିକାର ପିଟର କୋଏଜେ ଅନ୍ୟ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି ଦୂରତ୍ୱକୁ ୫୩.୬୭ ସେକେଣ୍ଡରେ ଅତିକ୍ରମ କରି ଦ୍ରୁତତମ ସନ୍ତାଣକାରୀ ବିବେଚିତ ହୋଇ ପାରି ଥିଲେ । ତେବେ ବେଙ୍ଗାଲୁରରେ ଜନ୍ମିତ ନଟରାଜ ଫାଇନାଲରେ ସଫଳ ହୋଇ ଦ୍ୱିତୀୟ ଭାରତୀୟ ସନ୍ତରଣକାରୀ ଭାବେ ରାଜ୍ୟଗୋଷ୍ଠୀ କ୍ରୀଡାରେ ପଦକ ହାସଲ ଲକ୍ଷ୍ୟ ରଖିଛନ୍ତି ।

ସୂଚନା ଯୋଗ୍ୟ ଯେ ୨୦୧୦ ଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡା ପାରା ସନ୍ତରଣ ଇଭେଣ୍ଟରେ ଭାରତର ପ୍ରଶାନ୍ତ କର୍ମକାର ପ୍ରଥମ ସନ୍ତରଣକାରୀ ଭାବେ ବ୍ରୋଞ୍ଜ ପଦକ ହାସଲ କରି ଥିଲେ । ତେଣୁ ନଟରାଜ ଏହି ଐତିହାସିକ ମୁହୂର୍ତ୍ତକୁ ଅପେକ୍ଷା କରି ରହିଛନ୍ତି । ଗତ ବର୍ଷ ଅନୁଷ୍ଠିତ ଟୋକିଓ ଅଲିମ୍ପିକ୍ସରେ ନଟରାଜ ପଦକ ହାସଲ ଲକ୍ଷ୍ୟ ରଖିଥିଲେ ହେଁ ବିଫଳ ହୋଇ ଥିଲେ ।

Get real time updates directly on you device, subscribe now.