SSC GD କନଷ୍ଟେବଲ୍ ଆବେଦନ ପାଇଁ ଆଜି ଶେଷ ତାରିଖ, ଦଶମ ପାସ୍ କରିଥିଲେ ଶୀଘ୍ର କରନ୍ତୁ ଆପ୍ଲାଏ

ନୂଆଦିଲ୍ଲୀ: ଏସଏସସି ଜିଡି କନଷ୍ଟେବଲ୍ ୨୦୨୫ ନିଯୁକ୍ତି ପାଇଁ ଆଜି ଅର୍ଥାତ୍ ଅକ୍ଟୋବର ୧୪ ହେଉଛି ଆବେଦନ କରିବାର ଶେଷ ତାରିଖ । ଯେଉଁ ପ୍ରାର୍ଥୀମାନେ ଏପର୍ଯ୍ୟନ୍ତ ଆବେଦନ କରିନାହାଁନ୍ତି, ସେମାନେ ଆଜିଠାରୁ ରାତି ୧୧ ଟା ପର୍ଯ୍ୟନ୍ତ ଷ୍ଟାଫ୍ ସିଲେକସନ କମିଶନର ଅଫିସିଆଲ୍ ୱେବସାଇଟ୍ ssc.gov.in ରେ ଆବେଦନ କରିପାରିବେ ।

ପଞ୍ଜୀକରଣ ପରେ, ପ୍ରାର୍ଥୀମାନେ ୧୫ ଅକ୍ଟୋବର ସୁଦ୍ଧା ଆବେଦନ ଶୁଳ୍କ ଜମା କରିପାରିବେ ଏବଂ ୫ ରୁ ୭ ନଭେମ୍ବର ପର୍ଯ୍ୟନ୍ତ ଆବେଦନ ଫର୍ମରେ ସଂଶୋଧନ କରିପାରିବେ ।

ଷ୍ଟାଫ୍ ସିଲେକସନ କମିଶନ କନଷ୍ଟେବଳ ଜିଡି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ବିଏସଏଫ, ସିଆଇଏସଏଫ, ସିଆରପିଏଫ, ଏସଏସବି, ଆଇଟିବିପି, ଏଆର, ଏସଏସଏଫ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ) ରେ ମୋଟ ୩୯,୪୮୧ ପଦବୀ ନିଯୁକ୍ତ କରିବେ । ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ୫ ସେପ୍ଟେମ୍ବରରୁ ଆରମ୍ଭ ହୋଇଛି ।

ଆବେଦନ ଶୁଳ୍କ :
ସାଧାରଣ ବର୍ଗଙ୍କ ପାଇଁ ଆବେଦନ ଶୁଳ୍କ ୧୦୦ ଟଙ୍କା ରହିଛି । ସେହିପରି ମହିଳା, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ଏକ୍ସ-ସର୍ଭିସମ୍ୟାନଙ୍କୁ କୌଣସି ଆବେଦନ ଫି’ ଦେବାକୁ ପଡିବନାହିଁ । ଆବେଦନ ଫି’ ଅନ-ଲାଇନ BHIM-UPI, ନେଟ ବ୍ୟାଙ୍କିଂ, ମାଷ୍ଟରକାର୍ଡ, ରୁପେ ଡେବିଟ କାର୍ଡ ମାଧ୍ୟମରେ ଦାଖଲ କରିପାରିବେ ।

ବୟସ ସୀମା :
ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ୧୮ରୁ ୨୩ ବର୍ଷ ମଧ୍ୟରେ ହେବା ଉଚିତ୍ । ୨ ଜାନୁଆରୀ ୨୦୦୨ ପୂର୍ବରୁ ଏବଂ ୧ ଜାନୁଆରୀ ୨୦୦୭ ପରେ ଜନ୍ମ ତାରିଖ ହେବା ଉଚିତ୍ ନୁହେଁ । ୧ ଜାନୁଆରୀ ୨୦୨୫ ସୁଦ୍ଧା ପ୍ରାର୍ଥୀଙ୍କ ବୟସ ଗଣନା କରାଯିବ । ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ବର୍ଗ ପ୍ରାର୍ଥୀଙ୍କ ପାଇଁ ୫ ବର୍ଷ ଓ ଓବିସି (OBC) ବର୍ଗ ପ୍ରାର୍ଥୀଙ୍କ ପାଇଁ ୩ ବର୍ଷ ବୟସ ସୀମା କୋହଳ କରାଯାଇଛି ।

Get real time updates directly on you device, subscribe now.