Big Breaking: ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା, ୧୮ ଯାତ୍ରୀଙ୍କର ମୃତ୍ୟୁ..ଶୋକବ୍ୟକ୍ତ କଲେ ମୋଦୀ
ନୂଆଦିଲ୍ଲୀ ରେଳଷ୍ଟେସନ ଦଳାଚକଟା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।
ନୂଆଦିଲ୍ଲୀ: ପ୍ରୟାଗରାଜ ଯାଉଥିବା ଟ୍ରେନଗୁଡ଼ିକରେ ଅତ୍ୟଧିକ ଭିଡ଼ ଯୋଗୁଁ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା । ଶ୍ବାସରୁଦ୍ଧ ହୋଇ ଷ୍ଟେସନରେ ଚାପି ହୋଇ ଚାଲିଗଲା 18 ଜଣଙ୍କ ଜୀବନ । ଅନ୍ୟପଟେ 12ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଷ୍ଟେସନର ୧୪ ଏବଂ ୧୫ ନମ୍ବର ପ୍ଲାଟଫର୍ମରେ ପ୍ରବଳ ଭିଡ଼ ଯୋଗୁଁ ଏହି ଅଘଟଣ ଘଟିଛି । ଲୋକନାୟକ ହସ୍ପିଟାଲ ପ୍ରଶାସନ ୧୮ ଜଣଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କରିଛନ୍ତି ।
ରେଳ ଅଧିକାରୀଙ୍କ ଅନୁଯାୟୀ, ରବିବାର ଛୁଟିଦିନ ଥିବାରୁ ଶନିବାର ପ୍ରୟାଗରାଜ ଯିବା ପାଇଁ ବହୁ ସଂଖ୍ୟକ ଲୋକ ଏକାଠି ହୋଇଥିଲେ । ଶନିବାର ଦିନ ଅଧିକ ଜେନେରାଲ ଟିକେଟ୍ ମଧ୍ୟ ବିକ୍ରି ହୋଇଥିଲା।ଟ୍
ଟ୍ରେନ ବାତିଲ ଯୋଗୁଁ ଅଘଟଣ- ଏହି ଘଟଣାଟି ରାତି ପ୍ରାୟ ୮.୩୦ ସମୟରେ ପ୍ଲାଟଫର୍ମ ନମ୍ବର ୧୪/୧୫ରେ ଘଟିଥିଲା । ଯାତ୍ରୀମାନେ ପ୍ରୟାଗରାଜ ଅଭିମୁଖେ ଯାଉଥିବା ଦୁଇଟି ଟ୍ରେନ୍ ପାଇଁ ଅପେକ୍ଷା କରିଥିଲେ, କିନ୍ତୁ ଏହି ଟ୍ରେନ୍ ଗୁଡ଼ିକ ଆସି ନଥିଲା, ଯାହା ଫଳରେ ପ୍ଲାଟଫର୍ମରେ ଯାତ୍ରୀଙ୍କ ଭିଡ଼ ଜମି ଯାଇଥିଲା।
ଷ୍ଟେସନରେ ଚାପି ହୋଇଗଲେ ଯାତ୍ରୀ- ବାରାଣସୀ ଯାଉଥିବା ଶିବଗଙ୍ଗା ଏକ୍ସପ୍ରେସ୍ ପ୍ଲାଟଫର୍ମରେ ଅଟକିଯିବାରୁ, ଏହାର ଯାତ୍ରୀମାନେ ମଧ୍ୟ ପ୍ଲାଟଫର୍ମରେ ଆସିବାକୁ ଲାଗିଲେ । ଏପରି ପରିସ୍ଥିତିରେ ଭିଡ଼ ବଢ଼ିଗଲା ଏବଂ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ଠେଲାପେଲି ଏବଂ ଠେଲାପେଲି ଆରମ୍ଭ ହୋଇଗଲା ଏବଂ ହଠାତ୍ ଦଳାଚକଟା ଘଟିଗଲା। ଏହି କାରଣରୁ କିଛି ଲୋକ ପ୍ଲାଟଫର୍ମରେ ପଡ଼ି ଭିଡ଼ରେ ଚାପି ହୋଇଗଲେ ।
ନୂଆଦିଲ୍ଲୀ ରେଳଷ୍ଟେସନ ଦଳାଚକଟା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଯାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ଟ୍ରେନ୍ ଚଲାଇବା ସହିତ ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିବା ସୂଚନା ଦେଇଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ଶୋକ- ଅନ୍ୟପଚେ ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା ଯୋଗୁଁ ମୁଁ ମର୍ମାହତ । ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ମୋର ସମବେଦନା । ଆହତମାନେ ଶୀଘ୍ର ଆରୋଗ୍ୟ ହେଉ ବୋଲି ମୁଁ ପ୍ରାର୍ଥନା କରୁଛି । ଏହି ଦଳାଚକଟା ଦ୍ୱାରା ପ୍ରଭାବିତ ସମସ୍ତଙ୍କୁ କର୍ତ୍ତୃପକ୍ଷ ସହାୟତା କରୁଛନ୍ତି ।