fbpx

ବାରବାଟୀରେ ଟି-୨୦: ଟିକେଟ୍ କାଉଣ୍ଟରରେ ପ୍ରଶଂସକଙ୍କ ମଧ୍ୟରେ ଝଗଡା କାରଣରୁ ଉପୁଜିଲା ଦଳାଚକଟା ପରିସ୍ଥିତି

Advertisement

କଟକ (ଓଡ଼ିଶା ଭାସ୍କର): ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଦ୍ୱିତୀୟ ଟି-୨୦ ମୁକାବିଲା ପାଇଁ ଆଜିଠାରୁ ସର୍ବସାଧାରଣଙ୍କ ପାଇଁ ଟିକେଟ ବିକ୍ରି ଆରମ୍ଭ ହୋଇଛି। ଗତକାଲି ରାତିରୁ ପ୍ରଶଂସକମାନେ ପ୍ରବଳ ଭିଡ ଲଗାଇଛନ୍ତି। ଆଜି ଟିକେଟ ବିକ୍ରି ସମୟରେ ପୋଲିସ ଏବଂ ଜନତା ମୁହାଁମୁହିଁ ହୋଇଛନ୍ତି। ପ୍ରଶଂସକଙ୍କ ପ୍ରବଳ ଭିଡ ମଧ୍ୟରେ ଦଳାଚକଟାର ସ୍ଥିତି ଉପୁଜିଛି।

ପ୍ରଥମେ ପୁରୁଷ ଏବଂ ପରେ ମହିଳା ମହିଳା କାଉଣ୍ଟରରେ ନିକଟରେ ପ୍ରଶଂସକମାନେ ପ୍ରବଳ ଭିଡ ହେତୁ ଦଳାଚକଟା ଭଳି ସ୍ଥିତି ଉପୁଜୁଛି। ଅଫଲାଇନ୍ ଟିକେଟ୍ କାଉଣ୍ଟରରେ ପ୍ରଶଂସକଙ୍କ ମଧ୍ୟରେ କଳହ ଲାଗିଥିବାରୁ ଷ୍ଟାଡିୟମ୍ ବାହାରେ ଲାଇନରେ ଥିବା ଜନତାଙ୍କ ମଧ୍ୟରେ ଝଗଡା ସହିତ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଆଜି ସକାଳେ ପ୍ରଥମେ କଟକସ୍ଥିତ ବାରବାଟୀ ଷ୍ଟାଡିୟମ ବାହାରେ ଥିବା ଟିକେଟ୍ କାଉଣ୍ଟରରେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଲାଠିଚାର୍ଜ କରିଥିଲେ।

Get real time updates directly on you device, subscribe now.