ଆଫଗାନିସ୍ତାନ: କ୍ରିକେଟ୍ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଆଫଗାନିସ୍ତାନ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ମହମ୍ମଦ ନବି ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଆଇସିସି ଚମ୍ପିଆନ୍ସ ଟ୍ରଫି ୨୦୨୫ ତାଙ୍କ ଶେଷ ମ୍ୟାଚ୍ ହେବ । ଗତ ୧୫ ବର୍ଷ ଧରି ମହମ୍ମଦ ତାଙ୍କ ଦେଶ ପାଇଁ ODI ଫର୍ମାଟରେ ଖୋଳିଆସୁଥିଲେ । ଏନେଇ ଆଫଗାନିସ୍ତାନ କ୍ରିକେଟ ବୋର୍ଡ଼ର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ନସୀବ ଖାନ୍ ସୂଚନା ଦେଇଛନ୍ତି ।
ଆଫଗାନିସ୍ତାନ କ୍ରିକେଟ ବୋର୍ଡ଼ର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ନସୀବ ଖାନଙ୍କ କହିବାନୁଯୟୀ ନବି ଆଫଗାନିସ୍ତାନ ପାଇଁ ଟି-୨୦ କ୍ରିକେଟ ଖେଳିବା ଜାରି ରଖିବେ ଏବଂ ୨୦୧୯ରେ ଦୀର୍ଘତମ ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ୨୦୨୬ ଟି-୨୦ ବିଶ୍ୱକପକୁ ଟାର୍ଗେଟ କରିପାରନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କି, ‘ହଁ, ନବି ଚମ୍ପିଆନ୍ସ ଟ୍ରଫି ପରେ ଅବସର ନେଉଛନ୍ତି ଏବଂ ତାଙ୍କ ଇଚ୍ଛା ବିଷୟରେ ବୋର୍ଡ଼କୁ ଅବଗତ କରାଇଥିଲେ । ଚମ୍ପିଆନ୍ସ ଟ୍ରଫି ପରେ ସେ ତାଙ୍କ ଟି-୨୦ କ୍ୟାରିୟର ଜାରି ରଖିପାରନ୍ତି ବୋଲି ମୁଁ ଆଶବାଦୀ ଅଛି ଏବଂ ବର୍ତ୍ତମାନ ସୁଦ୍ଧା ଏହା ହେଉଛି ଯୋଜନା ।’ ତେବେ ଏହି ଖବର ତାଙ୍କ ଫ୍ୟାନ୍ସଙ୍କୁ ବଡ଼ ଝଟକା ଦେଇଛି ।
ଆଫଗାନିସ୍ତାନ ପାଇଁ କ୍ରିକେଟରେ ନବିଙ୍କ ଯାହା ଅବଦାନ ରହିଛି ତାହା ଇତିହାସରେ ବର୍ତ୍ତମାନ ସୁଦ୍ଧା କୌଣସି ଖେଳାଳି ନିଜ ଦେଶପାଇଁ କରିନାହାଁନ୍ତି । ଜଣେ ଆଫଗାନିସ୍ତାନ ଖେଳାଳି ଭାବେ ନବି ଫିଜି, ମାଳଦ୍ୱୀପ ଏବଂ ଜାପାନ ଖେଳିବା ଠାରୁ ଆରମ୍ଭ କରି ODI ବିଶ୍ୱକପରେ ଇଂଲଣ୍ଡ ଏବଂ ପାକିସ୍ତାନ ଉପରେ ବିଜୟ ହାସଲ କରିଛନ୍ତି । ତାଙ୍କ ନାଁରେ ସର୍ବାଧିକ ସଂଖ୍ୟକ ଦଳ (୪୫) ବିପକ୍ଷରେ ବିଜୟ ରେକର୍ଡ ମଧ୍ୟ ରହିଛି । ବର୍ତ୍ତମାନ ଦଳର ବିକାଶ ହୋଇଥିବାରୁ ସେ ବିଦାୟ ନେବା ପାଇଁ ସ୍ଥିର କରିଛନ୍ତି । ଅଧିନାୟକ Hashmatullah Shahidi ଏବଂ coach Jonathan Trott ଗତ ଦୁଇ ବର୍ଷ ମଧ୍ୟରେ ଉତ୍ତମ କାର୍ଯ୍ୟ କରିଛନ୍ତି ଏବଂ ସେମାନେ ଦଳକୁ ଆହୁରି ଆଗକୁ ନେଇଯିବେ ବୋଲି ନବି ଆଶାବାଦୀ ଅଛନ୍ତି ।
ମହମ୍ମଦ ନବି ହେଉଛନ୍ତି ୧୦୦ ୱିକେଟ୍ ନେଇଥିବା ପ୍ରଥମ ଆଫଗାନିସ୍ତାନ ଖେଳାଳି । ଏହା ସହ ସେ ୩୦୦୦ ରନ୍ ସଂଗ୍ରହ କରି ୧୦୦ ୱିକେଟ୍ ମଧ୍ୟ ନେଇଛନ୍ତି । ସେ ଜଣେ ମାତ୍ର ଆଫଗାନିସ୍ତାନ ଖେଳାଳି ଯିଏ ୧୦୦୦ ରନ୍, ୧୦୦ ୱିକେଟ୍ ଏବଂ ୫୦ କ୍ୟାଚ୍ ନେଇଛନ୍ତି । ODIରେ ଶତକ କରିଥିବା ଷଷ୍ଠ ପୁରୁଣା ଖେଳାଳି (୩୯ ବର୍ଷ ୩୯ ଦିନ) । maiden 5-wicket haul ନେଇଥିବା (୩୯ ବର୍ଷ ୭୧ ଦିନ) ତୃତୀୟ ପୁରାତନ ଖେଳାଳି ଏବଂ ନିଜ ଦଳ ପାଇଁ କ୍ରମାଗତ ୧୦୦ଟି ମ୍ୟାଚ୍ ଖେଳିବା ପାଇଁ ୧୬ ଖେଳାଳିଙ୍କ ମଧ୍ୟରୁ ଜଣେ ।