fbpx

ଇନ୍ଦୋର ଟେଷ୍ଟ ପାଇଁ ବଢିଲା ଭାରତର ଟେନସନ: ବିପକ୍ଷ ଦଳରେ ଷ୍ଟାର ଖେଳାଳି ସାମିଲ

ଇନ୍ଦୋର: ବର୍ଡର ଗାଭାସ୍କର ଟ୍ରଫିର ତୃତୀୟ ମ୍ୟାଚ ଭାରତ ଏବଂ ଅଷ୍ଟ୍ରେଲିଆ ପାଇଁ ଆଣିବ ନୂଆ ପରିବର୍ତ୍ତନ । ଉଭୟ ଦଳ ସ୍କ୍ୱାଡରେ ପରିବର୍ତ୍ତନ ହୋଇଥିବା ବେଳେ ଅଷ୍ଟ୍ରେଲିଆ ଏକ ବଡ ଚାଲ୍ ଖେଳିଛି । ତୃତୀୟ ମ୍ୟାଚ ପୂର୍ବରୁ ଦଳରେ ଜଣେ ଦମଦାର ଷ୍ଟାର ଅଲରାଉଣ୍ଡରଙ୍କ ଏଣ୍ଟ୍ରି କରାଇଛି ଟିମ ଅଷ୍ଟ୍ରେଲିଆ । ତେବେ ଏହି ଖେଳାଳି ଦଳକୁ ଫେରିବା ପରେ ଟିମ ଇଣ୍ଡିଆ ପାଇଁ ଚିନ୍ତା ଆଉ ଟିକିଏ ବଢି ଯାଇଛି । ଏଡାସହିତ ମ୍ୟାଚର ରୋମାଞ୍ଚ ବଢିବା ନେଇ ମଧ୍ୟ ଆଶା ବୃଦ୍ଧି ପାଇଛି ।

ଟେଷ୍ଟ ସିରିଜର ଦୁଇଟି ମ୍ୟାଚରେ ପରାଜୟ ପରେ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ କମିନ୍ସ ସ୍ୱଦେଶ ଫେରିଯାଇଛନ୍ତି । ଏହାସହିତ ଡାଭିଡ ୱାର୍ଣ୍ଣର ଏବଂ ଜୋସ ହାଜଲଉଡ ମଧ୍ୟ ଆହତ ହୋଇ ଦଳରୁ ବାଦ ପଡିଥିବା ବେଳେ ଅଷ୍ଟ୍ରେଲିଆ ଷ୍ଟାର ଅଲରାଉଣ୍ଡର କ୍ୟାମରନ ଗ୍ରୀନଙ୍କୁ ଦଳରେ ସାମିଲ କରିଛି । ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଦମଦାର ପ୍ରଦର୍ଶନ କରି ଏବେ ସେ ନୂଆ ପରିଚୟ ପାଇ ସାରିଛନ୍ତି । ତେବେ ଆଙ୍ଗଠିରେ ଆଘାତ ଯୋଗୁଁ କିଛି ଦିନରୁ ସେ ମ୍ୟାଚ ଖେଳିପାରି ନଥିଲେ । କିନ୍ତୁ ବର୍ତ୍ତମାନ ସୁସ୍ଥ ହେବା ପରେ ସେ ଭାରତ ବିପକ୍ଷ ତୃତୀୟ ଟେଷ୍ଟରେ କମବ୍ୟାକ କରିବାକୁ ଯାଉଛନ୍ତି । ତେବେ ମ୍ୟାଚ ପୂର୍ବରୁ ସେ ଭାରତ ପାଇଁ ଏକ ରଣହୁଙ୍କାର ଦେଇଛନ୍ତି । ବ୍ୟାଟିଂ ଏବଂ ବୋଲିଂରେ ଦଳକୁ ମଜବୁତ ସ୍ଥିତି ଦେବେ ବୋଲି କହିଛନ୍ତି କ୍ୟାମରନ ଗ୍ରୀନ ।

All-rounder Cameron Green replaces injured Josh Inglis in Australia's T20  World Cup squad | PlanetSport

ଅଷ୍ଟ୍ରେଲିଆର ଷ୍ଟାର ଅଲରାଉଣ୍ଡର ଗ୍ରୀନ ମୋଟ ୧୮ଟି ଟେଷ୍ଟରୁ ୬ ଅର୍ଦ୍ଧଶତକ ସହ ୮୦୬ ରନ ସଂଗ୍ରହ କରିଥିବା ବେଳେ ୨୩ଟି ଶିକାର ମଧ୍ୟ କରିଛନ୍ତି । ତେବେ ଟେଷ୍ଟରେ ତାଙ୍କର ସର୍ବାଧିକ ସ୍କୋର ରହିଛଇ ୮୪ ଏବଂ ବୋଲିଂରେ ୨୭ ରନ ବିନିମୟରେ ସେ ହାସଲ କରିଥିବା ୫ ୱିକେଟ ତାଙ୍କର ବେଷ୍ଟ ପରଫୋରମାନ୍ସ ରହିଛି ।

ଭାରତର ପ୍ଲେଇଙ୍ଗ ୧୧:

ରୋହିତ ଶର୍ମା(ଅଧିନାୟକ), କେ.ଏଲ ରାହୁଲ, ଶୁଭମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, କେ.ଏସ ଭରତ, ଇଶାନ କିଶାନ, ଆର ଅଶ୍ୱୀନ, ରବିନ୍ଦ୍ର ଜାଡେଜା, ଅକ୍ସର ପଟେଲ, କୁଳଦୀପ ଯାଦବ, ମହମ୍ମଦ ଶାମୀ, ମହମ୍ମଦ ସିରାଜ, ଶ୍ରେୟସ ଅୟର, ସୂର୍ଯ୍ୟକୁମାର ଯାଦବ, ଉମେଶ ଯାଦବ, ଜୟଦେବ ଉନାଦକଟ ।

Get real time updates directly on you device, subscribe now.