fbpx

ଧାମନଗର ଉପନିର୍ବାଚନ: ପ୍ରକାଶ ପାଇଲା ରାଜୁଙ୍କ ଷ୍ଟାର ପ୍ରଚାରକ ତାଲିକା, ଭୋଟ ପାଇଁ ପ୍ରଚାର କରିବେ…

ଭଦ୍ରକ:ଧାମନଗର ଉପନିର୍ବାଚନ ପାଇଁ ତିନି ଦଳ ତାର ପ୍ରସ୍ତୁତି ଆରମ୍ଭ କରିଦେଇଛି ।କିପରି ଏହି ଉପ ନିର୍ବାଚନକୁ ଦଳ ହାତେଇବେ ସେ ଲାଗି କସରତ ମଧ୍ୟ ଆରମ୍ଭ କରି ଦେଇଛି । ଧାମନଗର ପାଇଁ ବିଜେଡି, ବିଜେପି ଆଉ କଂଗ୍ରେସ ତାଙ୍କର ଷ୍ଟାର ପ୍ରଚାରକ ତାଲିକା ମଧ୍ୟ ପ୍ରକାଶ କରିଛି । ତେବେ ଆଜି ରାଜେନ୍ଦ୍ର ଦାସ ଷ୍ଟାର ପ୍ରଚାରକ ତାଲିକା । ଏହି ତାଲିକା ଉପରେ ଆପଣ ନଜର ପକେଇଲେ ଦେଖିପାରିବେ ଏଥିରେ କାହା କାହାର ନାମ ରହିଛି ।

ବିଜେଡି ପାଇଁ ଚଳିତବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର କରିବାକୁ ଥିବା ବେଳେ ରାଜେନ୍ଦ୍ରଙ୍କ ତାଲିକାରେ ପରିବାର ବର୍ଗ , ଭାଇ ଭଉଣୀ , କୃଷକ , ଗରିବ ଖଟିଖିଆ ,ସାଧାରଣ ଜନତା ଙ୍କ ଏକ ସୂଚୀ ରହିଛି । ତେବେ ରାଜୁ ତାଙ୍କ ପ୍ରଚାର ପ୍ରସାର ଦାଇତ୍ବ ଧାମନଗରବାସୀଙ୍କ ଉପରେ ଛାଡି ଦେଇଛନ୍ତି ।

ସୂଚନାମୁତାବକ ତିନି ଦଳ ତଥା ବିଜେଡିର ଷ୍ଟାର ପ୍ରଚାରକଙ୍କ ତାଲିକାରେ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମେତ ୮ ଜଣ ମନ୍ତ୍ରୀ ସ୍ଥାନ ପାଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅତନୁ ସବ୍ୟସାଚୀ ନାୟକ, ପ୍ରମିଳା ମଲ୍ଲିକ, ପ୍ରତାପ କେଶରୀ ଦେବ, ପ୍ରୀତିରଞ୍ଜନ ଘଡ଼ାଇ, ଅଶୋକ ଚନ୍ଦ୍ର ପଣ୍ଡା, ରାଜେନ୍ଦ୍ର ଢୋଲକିଆ ଓ ଅଶ୍ୱିନୀ ପାତ୍ର ସ୍ଥାନ ପାଇଛନ୍ତି ।
ଅନ୍ୟମାନଙ୍କ ମଧ୍ୟରେ ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ, ମହିଳା ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ଛାତ୍ର ବିଜେଡି ସଭାପତି ଦେବୀରଞ୍ଜନ ତ୍ରିପାଠୀ, ପ୍ରସନ୍ନ ଆଚାର୍ୟ୍ୟ, ଦିବ୍ୟଶଙ୍କର ମିଶ୍ର, ପ୍ରଣବ ବଳବନ୍ତରାୟ, ଅରୁଣ ସାହୁ, ସୁଦାମ ମାରାଣ୍ଡି, ଅମର ପ୍ରସାଦ ଶତପଥି, ପ୍ରଫୁଲ୍ଲ ସାମଲ, ଦେବୀ ପ୍ରସାଦ ପୃଷ୍ଟି, ମୁଜିବୁଲ୍ଲା ଖାନ, ଶର୍ମିଷ୍ଠା ସେଠୀ, ମଞ୍ଜୁଲତା ମଣ୍ଡଳ, ସୁଲତା ଦେଓ, ଅରିନ୍ଦମ ରାୟ, ସୋଫିଆ ଆଲାମ, ଅମରେଶ ପତ୍ରି, ଚିନ୍ମୟ ସାହୁ, ଏଲିନା ଦାସ, ବିଷ୍ଣୁବ୍ରତ ରାଉତରାୟ, ସଞ୍ଜିବ ମଲ୍ଲିକ, ସତ୍ୟବ୍ରତ ତ୍ରିପାଠୀ, ଆକାଶ ଦାସନାୟକ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପର୍ଶୁରାମ ଧଡ଼ା, ଅଶୋକ ବଳ, ସୁନନ୍ଦା ଦାସ, ଶ୍ରୀମୟୀ ମିଶ୍ର, ମୁକ୍ତିକାନ୍ତ ମଣ୍ଡଳ ସାମିଲ ଅଛନ୍ତି ।

ଠିକ ସେହିପରି ବିଜେପିରୁ: ଷ୍ଟାର ପ୍ରଚାରକ ତାଲିକାରେ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ବିଶ୍ୱେଶ୍ୱର ଟୁଡୁ, ରାଜ୍ୟ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ, ବିଜୟପାଲ ସିଂହ ତୋମାର, ରାଷ୍ଟୀୟ ମୁଖପାତ୍ର ସମ୍ବିତ ପାତ୍ର ପ୍ରମୁଖ ସ୍ଥାନ ପାଇଛନ୍ତି ।
ଅନ୍ୟମାନଙ୍କ ମଧ୍ୟରେ ସାଂସଦ ଅପରାଜିତା ଷଡ଼ଙ୍ଗୀ, ଜୁଏଲ ଓରାମ, ପ୍ରତାପ ଷଡ଼ଙ୍ଗୀ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ମନମୋହନ ସାମଲ, କନକବର୍ଦ୍ଧନ ସିଂହଦେଓ, ସୁରମା ପାଢ଼ୀ, ପ୍ରଭାତୀ ପରିଡ଼ା, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ପୃଥ୍ୱୀରାଜ ହରିଚନ୍ଦନ, ମାନସ କୁମାର ମହାନ୍ତି, ଲେଖାଶ୍ରୀ ସାମନ୍ତସିଂହାର, ଗୋଲକ ମହପ।।ତ୍ର, ସୁକାନ୍ତ ନାୟକ, ମୋହନ ଚରଣ ମାଝୀ, ହେମନ୍ତ ପାଢ଼ୀ, ଅଭିମନ୍ୟୁ ସେଠୀ, ପୀତାମ୍ବର ଆଚାର୍ୟ୍ୟ, କାଳନ୍ଦୀ ସାମଲ, ବିଭୁପ୍ରସାଦ ତରାଇ, ପଦ୍ମଲୋଚନ ପଣ୍ଡା, ଖାରବେଳ ସ୍ୱାଇଁ, ରଘୁନାଥ ମହାନ୍ତି, ଗଣେଶ ରାମ ସିଂ ଖୁଣ୍ଟିଆ, ବୁଧନ ମୁର୍ମୁ, ସନାତନ ବିଜୁନି, ଭାସ୍କର ମଢ଼େଇ, ପ୍ରକାଶ ସୋରେନ, ନବଚରଣ ମାଝୀ ପ୍ରମୁଖ ନେତାମାନେ ସ୍ଥାନ ପାଇଛନ୍ତି ।

ସେହିପରିି କଂଗ୍ରେସରୁ: ଏ ଚେଲା କୁମାର,ଜି ରୁଦ୍ର ରାଜୁ, ଶରତ ପଟ୍ଟନାୟକ, ନରସିଂହ ମିଶ୍ର, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଚିରଞ୍ଜୀବ ବିଶ୍ୱାଳ,ଭକ୍ତ ଚରଣ ଦାସ,ସପ୍ତ ଗତରି ଉଲକା, ରାମଚନ୍ଦ୍ର ଖୁଣ୍ଟିଆ, ଶୁସୀଳା ତିରିଆ, ଶରତ ରାଉତ, ସୁର ରାଉତରାୟ, ସନ୍ତୋଷ ସିଂ ସାଲୁଜା,ତାରା ପ୍ରସାଦ ବାହାନୀପତି, ସସ୍ମିତା ବେହେରା, ବିଜୟଲକ୍ଷ୍ମୀ ସାହୁ, ଜଗନ୍ନାଥ ପଟ୍ଟନାୟକ, ଅନନ୍ତ ସେଠୀ,ଗଣେଶ୍ୱର ବେହେରା,ପଞ୍ଚାନନ କାନୁନଗୋ, ରମେଶ ଜେନା,ଦାଶରଥୀ ଗମାଁଗୋ,ଅଧୀରାଜ ପାଣିଗ୍ରାହୀ, ସି ଏସ ରଞ୍ଜନ ଏକ୍କା,ବନ୍ଦିତା ପରିଡା,ସ୍ମୃତିରଞ୍ଜନ ଲେଙ୍କା, ୟାଶିର ନୱାଜ, ଆର୍ଯ କୁମାର ଜନେନ୍ଦ୍ରଙ୍କ ନାମ ଘୋଷଣା କରାଯାଇଛି ।

 

 

Get real time updates directly on you device, subscribe now.