fbpx

Delhi Capitalsରୁ ବାଦ୍ ପଡ଼ିଲେ ଷ୍ଟାର କ୍ରିକେଟର: IPL-2024 ପୂର୍ବରୁ ଦଳକୁ ଲାଗିଲା ଶକ୍ତ ଝଟକା

ନୂଆଦିଲ୍ଲୀ: ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ-୨୦୨୪ ମହାସମର । ଏହାପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ଲାଗିଛି ଆଉ ଏକ ଶକ୍ତ ଝଟକା । ଦିଲ୍ଲୀର ଷ୍ଟାର କ୍ରିକେଟର ହ୍ୟାରି ବ୍ରୁକଙ୍କ ପରେ ଆଉ ଜଣେ ଖେଳାଳି ଆଇପିଏଲରୁ ବାଦ୍ ପଡ଼ିଛନ୍ତି । ହ୍ୟାରି ବ୍ରୁକ ପ୍ରଥମେ ଦଳରୁ ବାଦ୍ ପଡ଼ିଥିବା ବେଳେ ବର୍ତ୍ତାନ ଦକ୍ଷିଣ ଆଫ୍ରିକାର ଷ୍ଟାର ବୋଲର ଲୁଙ୍ଗି ଏନଗିଡି ମଧ୍ୟ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି । ତେବେ ଏନଗିଡିଙ୍କ ସ୍ଥାନରେ ନୂଆ ଖେଳାଳିଙ୍କୁ ଦଳରେ ସାମିଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଏ ନେଇ ଆଇପିଏଲ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁସାରେ, ଦିଲ୍ଲୀ କ୍ୟାପିଟାଲ୍ସରେ ସାମିଲ ହୋଇଥିବା ଦକ୍ଷିଣ ଆଫ୍ରିକାର ପେସ୍ ବୋଲର ଲୁଙ୍ଗସାନୀ ଏନଗିଡି ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି । ଆହତ ସମସ୍ୟା ଯୋଗୁଁ ସେ ଆସନ୍ତା ଆଇପିଏଲ ଖେଳି ପାରିବେ ନାହିଁ ବୋଲି ଜାଣିବାକୁ ମିଳିଛି । ତେବେ ଆସନ୍ତା ସିଜନ ପାଇଁ ଏନଗିଡିଙ୍କ ସ୍ଥାନରେ ଅଷ୍ଟ୍ରେଲିଆ ଷ୍ଟାର ଅଲରାଉଣ୍ଡର ଜ୍ୟାକ ଫ୍ରେଜର-ମ୍ୟାକଗର୍କଙ୍କୁ ଦଳରେ ସାମିଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ୧୪ଟି ମ୍ୟାଚରୁ ୨୫ଟି ୱିକେଟ ନିଜ ନାମରେ କରିବାରେ ସଫଳ ହୋଇଛନ୍ତି ଲୁଙ୍ଗି ଏନଗିଡି । ତେବେ ବର୍ତ୍ତମାନ ଆହତ ସମସ୍ୟା ଯୋଗୁଁ ସେ ଆଇପିଏଲ-୨୦୨୪ ସିଜନରୁ ବାଦ୍ ପଡ଼ିଛନ୍ତି । ଫ୍ରେଜର-ମ୍ୟାକଗର୍କ ଅଷ୍ଟ୍ରେଲିଆ ତରଫରୁ ୨ଟି ଦିନିକିଆ ମ୍ୟାଚ୍ ଖେଳିଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ ୫୦ ଲକ୍ଷ ଟଙ୍କାରେ ଦଳରେ ସାମିଲ କରିଛି ।

ଏହାପୂର୍ବରୁ ହ୍ୟାରି ବ୍ରୁକ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଛନ୍ତି । ଜେଜେମା’ଙ୍କ ମୃତ୍ୟୁ ପରେ ପରିବାରକୁ ଅଗ୍ରାଧିକାର ଦେଇ ସେ ଆଇପିଏଲ ଖେଳିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ତେବେ ଏହି ଦୁଇ ବିଦେଶୀ ଖେଳାଳି ଦଳରୁ ବାଦ୍ ପଡ଼ିବା ପରେ ଏନରିକ ନୋକିଆ ଏବଂ ଝାଏ ରିଚାର୍ଡସନ୍ ପ୍ଲେଇଙ୍ଗ-୧୧ରେ ସ୍ଥାନ ପାଇବାର ସମ୍ଭାବନା ଅଧିକ ଦେଖାଯାଇଛି । ଉଭୟ ବୋଲର ଟୁର୍ଣ୍ଣାମେଣ୍ଟରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ପ୍ରମୁଖ ଅସ୍ତ୍ର ସାଜିପାରନ୍ତି । ଏ ଦୁହିଁଙ୍କ ବ୍ୟତୀତ ଡାଭିଡ ୱାର୍ଣ୍ଣର, ମିଚେଲ ମାର୍ଶ, ଟ୍ରିଷ୍ଟନ୍ ଷ୍ଟବ୍ସ ଏବଂ ବର୍ତ୍ତମାନ ଫ୍ରେଜର-ମାର୍କଗର୍କ ଦଳରେ ବିଦେଶୀ ଖେଳାଳି ଭାବରେ ସ୍ଥାନ ପାଇଛନ୍ତି ।

Get real time updates directly on you device, subscribe now.