fbpx

ପଞ୍ଜାବ କିଙ୍ଗସକୁ ଲାଗିଲା ଝଟକା: IPL ମେଗା ଅକ୍ସନ ଠିକ ପୂର୍ବରୁ ଦଳ ଛାଡିଲେ ଏହି ଷ୍ଟାର କ୍ରିକେଟର, ଖୋଜିବାକୁ ପଡିବ ନୂଆ ବିକଳ୍ପ

Advertisement

ନୂଆଦିଲ୍ଲୀ: IPL ୨୦୨୨କୁ କ୍ରୀଡାପେମୀଙ୍କ ମନରେ ବଢିବାରେ ଲାଗିଛି ଉତ୍ସାହ । ଗୋ ଅକ୍ସନକୁ ଆଉ ମାତ୍ର ଗୋଟିଏ ଦିନ ବାକି ଥିବା ବେଳେ କେଉଁ ଖେଳାଳି ନିଜର କରିବ କେଉଁ ଦଳ ଏହାକୁ ନେଇ ଚାଲିଛି କଳ୍ପନାଜଳ୍ପନା । ତେବେ ମେଗା ଅକ୍ସନର ଠିକ ପୂର୍ବରୁ ଆଉ ଏକ ଝଟକା ଲାଗିଛି ପଞ୍ଜାବ କିଙ୍ଗସକୁ । ଅକ୍ସନର ଦିନକ ପୂର୍ବରୁ ଦଳ,ର ହାତ ଚାଡିଛନ୍ତି ଆଉ ଜାଣେ ଷ୍ଟାର କ୍ରିକେଟର ।

 

ନିଲାମୀ ପୂର୍ବରୁ ପଞ୍ଜାବ କିଙ୍ଗସକୁ ଅଲବିଦା କହିଛନ୍ତି ଦଳର ବ୍ୟାଟିଂ କୋଚ ୱାସିମ ଜାଫର । ନିଜ ଟ୍ୱିଟର ପେଜରେ ସେ ପଞ୍ଜାବ କୋଚିଙ୍ଗ ପଦରୁ ଇସ୍ତଫା ଦେଇଥିବା ପ୍ରକାଶ କରିଛନ୍ତି । “ଏ ଦିଲ ହୈ ମୁସ୍କିଲ’ ଚଳଚ୍ଚିତ୍ରର ଏକ ଫଟୋ ଶେୟର କରି ସେ ଫିଲ୍ମି ଷ୍ଟାଇଲରେ ଦଳରୁ ବିଦାୟ ନେଇଛନ୍ତି । ଏଥିସହ ୨୦୨୨ରେ ନୂଆ ସିଜ ପାଇଁ ଅନିଲ କୁମ୍ବଲେ ଏବଂ ଟିମକୁ ଶୁଭକାମନା ଜଣାଇଛନ୍ତି ୱାସିମ । ୨୦୧୯ ସିଜନରୁ ଦଳରେ ଯୋଡି ହୋଇ ରହିଥିବା ୱାସିମ ମଧ୍ୟ ଏବେ ପଞ୍ଜାବର ହାତ ଛାଡି ଦେଇଛନ୍ତି । ତେବେ ମୁଖ୍ୟ କୋଚ ଅନିଲ କୁମ୍ବଲେ ଏବଂ ବୋଲିଭ୍ଗ କୋଚ ଡେମିୟନ ରାଇଟ ଦଳ ସହ ଯୋଡି ହୋଇ ରହିଥିବା ବେଳେ ଫିଲ୍ଡିଙ୍ଗ କୋଚ ଭାବେ ଦଳରେ ଜଣ୍ଟି ରୋଡସ ରହିଛନ୍ତି ।

Get real time updates directly on you device, subscribe now.