ଭୁବନେଶ୍ୱର: ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହେଉଛି ସଙ୍ଗଠନ କର୍ମଶାଳା । ଦଳର ସଙ୍ଗଠନ ମଜବୁତ ଦିଗରେ କର୍ମଶାଳାରେ ହେବ ଆଲୋଚନା । ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦୀ ଦେଇଥିବା ପରାମର୍ଶକୁ କିପରି ତୃଣମୂଳ ସ୍ତରକୁ ନିଆଯିବ ସେ ନେଇ ତିଆରି ହେବ ରୋଡ଼ ମ୍ୟାପ । ଦଳର ସଙ୍ଗଠନକୁ ମଜବୁତ ଦିଗରେ ହେବ ଆଲୋଚନା । ଫୋକସରେ ପଞ୍ଚାୟତ ପୌର ନିର୍ବାଚନ। ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହେଉଛି ସଙ୍ଗଠନ କର୍ମଶାଳା ।
ଦଳର ସଙ୍ଗଠନ ମଜବୁତ ଦିଗରେ ଦିନ ତମାମ କର୍ମଶାଳାରେ ହେବ ଆଲୋଚନା । ବୈଠକରେ ଦଳର ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି, ରାଜ୍ୟ ସଭାପତି ମନମୋହନ ସାମଲ, ସଙ୍ଗଠନ ସାଧାରଣ ସମ୍ପାଦକ ମାନସ ମହାନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଧାରଣ ସମ୍ପାଦକ, ଉପସଭାପତି, ସମ୍ପାଦକ, ସମସ୍ତ ମୋର୍ଚ୍ଚାର ମୁଖ୍ୟଙ୍କ ସମେତ ରାଜ୍ୟ ପଦାଧିକାରୀ ମାନେ ଉପସ୍ଥିତ ରହିବେ । ଏହା ସହ ଜିଲ୍ଲା ସ୍ତର ପଦାଧିକାରୀ ମାନେ କର୍ମଶାଳାରେ ଯୋଗଦେବେ ।ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବସୁଛି ସଙ୍ଗଠନ କର୍ମଶାଳା ।
ସାଂଗଠନିକ ନିର୍ବାଚନ ନେଇ କର୍ମଶାଳା ଆୟୋଜନ ହୋଇଛି । ଏଥିରେ ପଦାଧିକାରୀ ନିର୍ବାଚନ ସମ୍ପର୍କରେତୃଣମୂଳ ସ୍ତରରୁ ଆରମ୍ଭ କରି ରାଜ୍ୟ ସ୍ତର ଯାଏଁ ଆଲୋଚନା ହେବ ହେବ । ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ କିପରି ସକ୍ରିୟ ସଦସ୍ୟତା ଅଭିଯାନ ଆୟୋଜିତ ହେବ ସେ ବିଷୟରେ ଆଲେଚନା ହେବ । ବୁଥ ସଭାପତିଙ୍କ ଠାରୁ ରାଜ୍ୟ ସଭାପତି ଯାଏଁ ଚୟନ ପ୍ରକ୍ରିୟା ନେଇ ନେଇ ଚର୍ଚ୍ଚା କରାଯିବ । ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ପରାମର୍ଶକୁ କିପରି ଗ୍ରାଉଣ୍ଡକୁ ନିଆଯିବ ସେ ନେଇ ତିଆରି ହେବ ରୋଡ଼ ମ୍ୟାପ ।