ରାଜ୍ୟ ବଜେଟ୍ ୨୦୨୫-୨୬; ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ରାଜ୍ୟ ବଜେଟ୍ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର: ବିଧାନସଭାରେ ରାଜ୍ୟ ବଜେଟ୍ ୨୦୨୫-୨୬ ଉପସ୍ଥାପନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ୍ ଉପସ୍ଥାପନ କରୁଛନ୍ତି। ପ୍ରଥମ ପୂର୍ଣ୍ଣାଙ୍ଗ ଉପସ୍ଥାପନ କରାଯାଉଛି। ରାଜ୍ୟର ଅଭିବୃଦ୍ଧି ହାର ୭.୨ ପ୍ରତିଶତ ରହିବ।

ଉତ୍କର୍ଷ ଓଡ଼ିଶା ଜରିଆରେ ୫୯୩ଟି ପ୍ରକଳ୍ପକୁ ଗ୍ରହଣ କରାଯାଇଛି। ମୋଟ ୧୬ ଲକ୍ଷ ୭୩ ହଜାର କୋଟି ପୁଞ୍ଜି ନିବେଶର ଲକ୍ଷ୍ୟ ରହିଛି। ୧୨ ଲକ୍ଷ ୮୮ ହଜାର ନିଯୁକ୍ତି ଆଶାବାଦୀ ରହିଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ବିକଶିତ ଭାରତର ଇଞ୍ଜିନ ଓଡ଼ିଶା ହେବ। ନିଜସ୍ୱ ଟିକସ ରାଜସ୍ୱ ୨୨.୮ ପ୍ରତିଶତ। କେନ୍ଦ୍ରୀୟ ଟୋକସରୁ ରାଜ୍ୟ ଅଂଶ ୨୨.୨ ପ୍ରତିଶତ। ନିଜସ୍ୱ ଅଣଟିକସ ରାଜସ୍ୱ ୨୦.୭ ପ୍ରତିଶତ। ସରକାରୀ ଋଣ ୧୬.୩%। କେନ୍ଦ୍ରୀୟ ଅନୁଦାନ ୧୪.୩%।