ଆଜି ରାଜ୍ୟ ବଜେଟ୍, କାହାକୁ ମିଳିବ କେତେ ଅନୁଦାନ
ସଂନ୍ଧ୍ୟାରେ ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ। କେଉଁ ଯୋଜନା ଉପରେ ଆସିବ କେତେ ଅନୁଦାନ?
ଭୁବନେଶ୍ୱର: ୟୁନିୟନ ବଜେଟ୍ ପରେ ଆଜି ଉପସ୍ଥାପନ ହେବାକୁ ଯାଉଛି ରାଜ୍ୟ ବଜେଟ୍। ସଂନ୍ଧ୍ୟାରେ ବିଧାନସଭାରେ ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ।
ଯାହାକୁ ସମସ୍ତଙ୍କ ଅପେକ୍ଷା। ଏହି ରାଜ୍ୟ ବଜେଟର ପରିମାଣ କେତେ ରହିବ। ପୂର୍ବ ବଜେଟ୍ ଅପେକ୍ଷା ଅଧିକ ରହିବ କି କମ୍ ରହିବ। କେଉଁ ଯୋଜନା ପାଇଁ କେତେ ବଜେଟ୍ ଆସିବ। ନୂଆ ଯୋଜନା କିଛି ଆସିବ କି ନାହିଁ। ଏମିତି ଅନେକ କିଛି।
ରାଜ୍ୟ ବଜେଟ୍: ଆଉ କିଛି ସମୟ ପରେ ଅର୍ଥାତ୍ ସଂନ୍ଧ୍ୟାରେ ବସିବାକୁ ଯାଉଛି ରାଜ୍ୟ ବଜେଟ୍। ଏହି ବଜେଟକୁ ବିଧାନସଭାରେ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ। କୁହାଯାଉଛି ଏଥର ବଜେଟ୍ ପାଖାପାଖି ୩ ଲକ୍ଷ କୋଟି ଛୁଇଁବାର ସମ୍ଭାବନା ରହିଛି।
ତେଣୁ ଏଥର ରାଜ୍ୟ ବଜେଟର ପରିମାଣ ବଢ଼ିବ ବୋଲି ଆଶା କରାଯାଉଛି। ଏମିତି କି ମୋହନ ସରକାର ଅନେକ ନୂଆ ଯୋଜନା ଆଣିବାକୁ ଯାଉଥିବା ଚର୍ଚ୍ଚା ହେଉଛି । ବିଶେଷ କରି ଶିକ୍ଷା, ସ୍ୱାସ୍ଥ୍ୟ, କୃଷି କ୍ଷେତ୍ରକୁ ବଜେଟରେ ଗୁରୁତ୍ୱ ଦେଇପାରନ୍ତି ମୋହନ ସରକାର ।
ସ୍ୱତନ୍ତ୍ର ଅନୁଦାନ: କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ କି, ଏଥର କେବଳ ପ୍ରଥମରୁ ଅଷ୍ଟମ ନୁହେଁ ବରଂ ନବମ ଓ ଦଶମ ଶ୍ରେଣୀର ପିଲାମାନଙ୍କୁ ମଧ୍ୟ ମଧ୍ୟାହ୍ନ ଭୋଜନ ଦିଆଯିବ।
ପରେ ଗଣଶିକ୍ଷାମନ୍ତ୍ରୀ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକୁ ସ୍ପଷ୍ଟ କରିଥିଲେ। ଏବଂ କହିଥିଲେ ଏଥିପାଇଁ । ଯାହା ଖର୍ଚ୍ଚ ହେବ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। କେବଳ ବଜେଟକୁ ଅପେକ୍ଷା।
ବଜେଟରେ ଅନୁମୋଦନ ହେବା ପରେ ନବମ, ଦଶମ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ମିଳିବ। ଯାହାକି ଆସନ୍ତା ବର୍ଷରୁ ଲାଗୁ ହେବ। ଆଉ ଆଜି ଯେତେବେଳେ ରାଜ୍ୟ ବଜେଟ୍ ଉପସ୍ଥାପନ ହେବାକୁ ଯାଉଛି। ତେଣୁ ଅର୍ଥମନ୍ତ୍ରୀ ଏହାକୁ ଅନୁମୋଦନ କରିବେ ବୋଲି କୁହାଯାଉଛି।
ଅନ୍ୟାନ୍ୟ ଯୋଜନା: କେବଳ ମଧ୍ୟାହ୍ନ ଭୋଜନ ପାଇଁ ତାହା ନୁହେଁ। ଏହାସହ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ସ୍ୱତନ୍ତ୍ର ବ୍ୟୟବରାଦ ହୋଇପାରେ। ସେହିପରି ସୁଭଦ୍ରା ଯୋଜନାରେ ୧ କୋଟି ମହିଳାଙ୍କ ପାଇଁ ଅଧିକ ଅନୁଦାନ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନୁଦାନ ବୃଦ୍ଧି ହୋଇପାରେ।