ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ କ୍ୟାବିନେଟରେ ୧୭ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ । ଗୃହରେ ଏନେଇ ଅବଗତ କରାଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ । କ୍ୟାବିନେଟ୍ ନିଷ୍ପତ୍ତି ପରେ ଏହାକୁ ଅବଗତ କରାଇଛନ୍ତି ନିରଞ୍ଜନ ପୂଜାରୀ ।
ଆଇଟି ପଲିସି ୨୦୨୨ରେ କ୍ୟାବିନେଟ ମୋହର ଲାଗିଛି । ୨ଟି ଜିଲ୍ଲାରେ ପାନୀୟ ଜଳ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ରାୟଗଡ଼ା ଜିଲ୍ଲାର ୧୫ଟି ପଞ୍ଚାୟତକୁ ମିଳିବ ପାଣି । କୋରାପୁଟ ଜିଲ୍ଲାର ୩୧ଟି ପଞ୍ଚାୟତକୁ ମିଳିବ ପାଣି । ରାୟଗଡ଼ ଜିଲ୍ଲା ରାମନାଗୁଡ଼ା ବ୍ଲକର ୭ ଓ କୋଲନରା ବ୍ଲକର ୮ ପଞ୍ଚାୟତ, କୋରାପୁଟ ଜିଲ୍ଲା ଜୟପୁର ବ୍ଲକର ୧୫ ଓ କୁନ୍ଦ୍ରା ବ୍ଲକର ୧୬ ପଞ୍ଚାୟତକୁ ମିଳିବ ପାଣି । ପାଇକ ବିଦ୍ରୋହ ସ୍ମାରକୀ ପାଇଁ ଜମି ଯୋଗାଇଛନ୍ତି ସରକାର । ଖୋର୍ଦ୍ଧା ବରୁଣେଇରରେ ୯.୬୮୫ ଏକର ଜମି ଦିଆଯାଇଛି । ୩୧ କୋଟି ୯୭ ଲକ୍ଷ ଟଙ୍କା ଛାଡ଼ କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ୍ ବୈଠରେ ୧୭ଟି ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ ।
ତେବେ ରାଜ୍ୟ ସରକାର ଆଇଟି ପଲିସିକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି । ଆଇଟି କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ବିଶେଷ ପ୍ରୋତ୍ସାହନ ଘୋଷଣା ହୋଇଛି । ସ୍ଥାୟୀ ପୁଞ୍ଜିନିବେଶ ନିମନ୍ତେ କମ୍ପାନୀଗୁଡ଼ିକୁ ନିବେଶର ୨୫% ଯୋଗାଇ ଦିଆଯିବ । ଭିତ୍ତିିଭୂମିରେ ସ୍ଥାୟୀ ନିବେଶର ୩୦% ଯୋଗ୍ୟ ଆଇଟି ସଂସ୍ଥାକୁ ରିହାତିରେ ଦିଆଯିବ । ଗ୍ରୀନଫିଲ୍ଡ ଆଇଟି ପାର୍କକୁ ଜମିକ୍ରୟ ଷ୍ଟାମ୍ପ ଡ୍ୟୁଟି, ମ୍ୟୁଟେସନ ଦେୟ ସମ୍ପୂର୍ଣ୍ଣ ଛାଡ଼ ଦିଆଯିବ । ଉଦ୍ୟୋଗୀଙ୍କୁ ବୈଦ୍ୟୁତିକ ଯାଞ୍ଚ ଶୁଳ୍କ ୫ ବର୍ଷ ଯାଏଁ ଛାଡ଼ ଓ ବିଦ୍ୟୁତ୍ ବିଲରେ ୩୦% ରିହାତି ମିଳିବ ।
ପର୍ଯ୍ୟଟକଙ୍କ ସୁବିଧା ପାଇଁ ପୁରୀରେ ଧର୍ମଶାଳା ପ୍ରକଳ୍ପକୁ ମିଳିଛି କ୍ୟାବିନେଟ ମଞ୍ଜୁରୀ । ବାସେଳିସାହି ଧର୍ମଶାଳା ପ୍ରକଳ୍ପୁକ କାର୍ଯ୍ୟକାରୀ କରିବାକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ରାଜ୍ୟ ସରକାରଙ୍କ ଅବଢ଼ା ଯୋଜନାରେ ଧର୍ମଶାଳା ପ୍ରକଳ୍ପ ହେବ । ୧୩୫ କୋଟି ୬୦ ଲକ୍ଷ ଟଙ୍କା ବ୍ୟୟରେ ଧର୍ମଶାଳା ନିର୍ମାଣ ହେବ । ମେସର୍ସ ଶ୍ରୀଜିକୃପା ସଂସ୍ଥାକୁ ମିଳିଛି ଟେଣ୍ଡର, ଏହାର କାମ ୨୪ ମାସରେ ସରିବ ।
ଦାଦନ ପ୍ରବଣ ୪ ଜିଲ୍ଲାର ୨୦ ବ୍ଲକକୁ ମିଳିବ ମନରେଗା ଅତିରିକ୍ତ ସହାୟତା । ମନରେଗା ଯୋଜନାରେ ରାଜ୍ୟ ସହାୟତାକୁ ମିଳିଛି କ୍ୟାବିନେଟ ମଞ୍ଜୁରୀ । ୨୦ ବ୍ଲକର ମନରେଗା ଶ୍ରମିକଙ୍କୁ ଅତିରିକ୍ତ ମଜୁରୀ ପ୍ରଦାନ କରାଯିବ । ୨୦ ବ୍ଲକର ଶ୍ରମିକଙ୍କୁ ସର୍ବନିମ୍ନ ୧୦୦ ଦିନ ସହ ଅତିରିକ୍ତ ୨ ଶହ ଦିନ କାମ ମିଳିବ ।
ଗଞ୍ଜାମ ଜିଲ୍ଲା ବରଦା ଗାଁ ନିକଟରେ ଋଷିକୂଲ୍ୟା ନଦୀରେ ହେବ ଆନିକଟ । ଋଷିକୂଲ୍ୟାରେ ଆନିକଟ ନିର୍ମାଣ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଛି । ଆନିକଟ ନିର୍ମାଣରେ ୧୪୯ କୋଟି ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ୩୬ ମାସରେ ଆନିକଟ ନିର୍ମାଣ କାମ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।