fbpx

ରାଜ୍ୟ କ୍ୟାବିନେଟ: ୬ଟି ପ୍ରସ୍ତାବରେ ବାଜିଲା ମୋହର, ୧୨୫ OAS ପଦବୀ ସୃଷ୍ଟି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । କ୍ୟାବିନେଟରେ ୬ଟି ପ୍ରସ୍ତାବ ଉପରେ ବାଜିଛି ମୋହର । ଏ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।ଏଣିକି ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ହେବେ ଅତିରିକ୍ତ ମୁଖ୍ୟଯନ୍ତ୍ରୀ । ଏହା ସହ ଜୁଡ଼ିସିଆଲ ଅଫିସରଙ୍କ ଦରମା ବଢ଼ିଯାଇଛି ।

ଏଣିକି ଭିଏଏସ ଚାକିରି ପାଇଁ କେବଳ ଲିଖିତ ପରୀକ୍ଷା ହେବ । କେବଳ ରିଟିନ୍ ପାସ୍ କଲେ ଭେଟେରିନାରୀ ଆସିଷ୍ଟାଣ୍ଟ ସର୍ଜନ ଚାକିରି ମିଳିବ । ଭିଏଏସ ଚାକିରି ସର୍ତ୍ତାବଳୀ ସଂଶୋଧନ ନେଇ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି ।

ରାଜ୍ୟରେ ଆଉ ୧୨୫ ଓଏଏସ ପଦବୀ ସୃଷ୍ଟି ନେଇ କ୍ୟାବିନେ ନିଷ୍ପତ୍ତି ନେଇଛି । କାର୍ଯ୍ୟଭାର ବଢ଼ୁଥିବାରୁ ୧୨୫ ନୂଆ ପଦବୀ ସୃଷ୍ଟି ନେଇ ନିଷ୍ପତ୍ତି ନିଆଯାଇଛି । ପ୍ରତି ଜିଲ୍ଲାପାଳ ଅଫିସରେ ଆଉ ୨ ଡେପୁଟୀ କଲେକ୍ଟର ପଦବୀ ସୃଷ୍ଟି ହେବ । ପ୍ରତି ଉପଜିଲ୍ଲାପାଳ ଅଫିସରେ ଗୋଟିଏ ଡେପୁଟୀ କଲେକ୍ଟର ପଦବୀ ସୃଷ୍ଟି ହେବ । ନୂଆ ୧୨୫ ସୃଷ୍ଟି ପରେ ରାଜ୍ୟରେ ଓଏଏସ ପଦବୀ ସଂଖ୍ୟା ୧୩୧୩କୁ ବୃଦ୍ଧି ପାଇବ ।

ଏହା ସହ ୨ୟ ନ୍ୟାସନାଲ ଜୁଡ଼ିସିଆଲ ପେ କମିଶନ ସୁପାରିସକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ କାର୍ଯ୍ୟକାରୀ ପାଇଁ ନିଷ୍ପତ୍ତି ହୋଇଛି । ଜିଲ୍ଲା ଜଜ୍ ଓ ନିମ୍ନ ନ୍ୟାୟିକ ଅଧିକାରୀ ଏଥିଯୋଗୁଁ ଉପକୃତ ହେବେ । ପିଛିଲା ଭାବେ ୨୦୧୬ରୁ ଲାଗୁ ହେବ, ଯେଉଁଥିପାଇଁ ବାର୍ଷିକ ୯୩ କୋଟି ଟଙ୍କା ଅତିରିକ୍ତ ଟଙ୍କା ଖର୍ଚ୍ଚ ହେବ ।

Get real time updates directly on you device, subscribe now.