fbpx

ଛଟ୍ ପୂଜାକୁ ନେଇ ରାଜ୍ୟ ସରକାରଙ୍କ କଟକଣା, ଜାଣନ୍ତୁ କ’ଣ

Advertisement

ଭୁବନେଶ୍ୱର,୧୬ ।୧୧(ଓଡିଶା ଭାସ୍କର): କରୋନା ପାଇଁ ଛଟ୍ ପୂଜା ସମୟରେ ଜନ ସମାଗମ ରୋକିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତିି । ଏନେଇ ପୂଜା ଉପରେ କଟକଣା ଲଗାଇଲେ ରାଜ୍ୟ ସରକାର । ନଭେମ୍ବର ୨୦ ଓ ୨୧ ପାଇଁ କଟକଣା ଲାଗିଛି । ନଦୀ ଘାଟରେ ଛଟ୍ ପୂଜା ଓ ସମୂହ ସ୍ନାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । କଟକଣା ଉଲ୍ଲଙ୍ଘନ କଲେ ଆଇନ ଅନୁସାରେ ଦଣ୍ଡ ନେଇ ଚେତାବନୀ ଦିଆଯାଇଛି । ଘରେ ରହି ଛଟ୍ ପୂଜା କରିବାକୁ ଏସଆରସି ପରାମର୍ଶ ଦେଇଛନ୍ତି । ଏହା ସହ ପୂଜା କରିବା ସମୟରେ ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧିବା ଜରୁରୀ ବୋଲି ସେ ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.