fbpx

ଓଡ଼ିଆ ଛାତ୍ରଙ୍କୁ ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ: ନିଯୁକ୍ତ କଲେ ୪ ସ୍ୱତନ୍ତ୍ର ପ୍ରତିନିଧି

ଭୁବନେଶ୍ୱର: ୟୁକ୍ରେନରେ ଫସିଥିବା ଓଡ଼ିଆ ପିଲାଙ୍କୁ ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ନେଲେ ଆଉ ଏକ ପଦକ୍ଷେପ । ୟୁକ୍ରେନର ୪ ପଡ଼ୋଶୀ ଦେଶରୁ ଓଡ଼ିଆ ପିଲାଙ୍କୁ ଆଣିବାକୁ ପ୍ରତିନିଧି ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର ।

ୟୁକ୍ରେନର ପଡ଼ୋଶୀ ୪ ଦେଶରୁ ପିଲାଙ୍କୁ ଭାରତ ଆଣିବାକୁ ୪ ପ୍ରତିନିଧି ନିଯୁକ୍ତ । ପୋଲାଣ୍ଡ ପାଇଁ ବିକ୍ରମାଦିତ୍ୟ, ହଙ୍ଗେରୀ ପାଇଁ ଆରୁଷି ରାୟ ପ୍ରତିନିଧି ନିଯୁକ୍ତ । ହଙ୍ଗେରୀ ପାଇଁ ବରିଷ୍ଠ ଟିଡିପିଏସ ଅଫିସର ଆରୁଷି ରାୟ, ରୋମାନିଆ ପାଇଁ ୟୁଏନ ପଲିସି ଅଫିସର ବୈଶାଳୀ ମହାନ୍ତି, ସ୍ଲୋଭାକିଆ ପାଇଁ କନସଲଟାଣ୍ଟ ଅନୁରାଗ ପଟ୍ଟନାୟକ ଏବଂ ପୋଲାଣ୍ଡ ପାଇଁ କିଟ୍ ଉପ ସଭାପତି ବିକ୍ରମାଦିତ୍ୟଙ୍କୁ ସ୍ୱତନ୍ତ୍ର ପ୍ରତିନିଧି ଭାବେ ନିଯୁକ୍ତ କରାଯାଇଛି । ସେହିପରି ନୋଡାଲ ଅଫିସର ଭାବରେ କାମ କରିବେ ନୂଆଦିଲ୍ଲୀ ସ୍ଥିତ ଆବାସିକ କମିଶନର । ପିଲାଙ୍କୁ ଆଣିବା ସଂପର୍କିତ ସମସ୍ତ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଦିଆଯିବ । ଏନେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ।

ସୂଚନାଯୋଗ୍ୟ, ୟୁକ୍ରେନ ଉପରେ ଋଷ ଲଗାତାର ଭାବରେ ଆକ୍ରମଣ କରିଚାଲିଛି ଫଳରେ ଋଷରେ ଫସିଥିବା ଭାରତୀୟମାନେ ଯୁଦ୍ଧରୁ ବର୍ତ୍ତିବା ପାଇଁ ପଡ଼ୋଶୀ ଦେଶରେ ପହଞ୍ଚୁଛନ୍ତି ଏବଂ ଭାରତ ସରକାର ମଧ୍ୟ ସେମାନଙ୍କୁ ସୁରକ୍ଷିତ ଭାବରେ ଭାରତ ଆଣିବାକୁ ଋଷର ପଡ଼ୋଶୀ ଦେଶ ସହ ଯୋଗଯୋଗରେ ଅଛନ୍ତି । ଏପର୍ଯ୍ୟନ୍ତ ପ୍ରାୟ ୧୮ ହଜାରରୁ ଅଧିକ ଭାରତୀୟଙ୍କୁ ଉଦ୍ଧାର କରାଯାଇସାରିଲାଣି ।

Get real time updates directly on you device, subscribe now.