fbpx

ବଡ ଖୁସିଖବର: ରାଜ୍ୟରେ ଏହି କର୍ମଚାରୀଙ୍କର ବଢିଲା ଦରମା, ଆଂଶିକ ଭାବରେ ଶିକ୍ଷକ ହେବେ ଲାଭବାନ୍

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ମେଡିକାଲ କଲେଜ ଏବଂ ଡାକ୍ତରଖାନାରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି ରାଜ୍ୟ ସରକାର । ସମସ୍ତଙ୍କ ଦରମା ବୃଦ୍ଧି କରିବା ପାଇଁ ଘୋଷଣା କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ମେଡିକାଲ କଲେଜରେ କାର୍ଯ୍ୟରତ ଟ୍ୟୁଟର, ସିନିୟର ଏବଂ ଜୁନିୟର ରେସିଡେଣ୍ଟଙ୍କ ବେତନ ବୃଦ୍ଧି କରାଇଛନ୍ତି ରାଜ୍ୟ ସରକାର । ଏହାସହିତ କିଛିଟା ସ୍ଥାନରେ ଶିକ୍ଷକମାନଙ୍କ ଦରମା ମଧ୍ୟ ବୃଦ୍ଧି ହୋଇଛି ।

ସୂଚନା ଅନୁସାରେ, ରାଜ୍ୟର ବିଭିନ୍ନ ମେଡିକାଲ କଲେଜର କର୍ମଚାରୀମାନଙ୍କ ଦରମା ବୃଦ୍ଧି କରିଛନ୍ତି ସରକାର । ଏହା ସହିତ ଦୁର୍ଗମ ଅଞ୍ଚଳରେ ପୋଷ୍ଟିଂ ପାଇଥିବା ଏହି ମେଡିକାଲ କଲେଜ ଶିକ୍ଷକମାନଙ୍କୁ ମଧ୍ୟ ସ୍ଥାନ ଭିତ୍ତିକ ପ୍ରୋତ୍ସାହନ ପାଇଁ ଅନୁମତି ପ୍ରଦାନ କରାଯାଇଛି । ରାଜ୍ୟର ବିଭିନ୍ନ ଅଞ୍ଚଳ ସ୍ଥାନ ଭିତ୍ତିକ ପ୍ରୋତ୍ସାହନ ପାଇବା ପାଇଁ ୩ଟି ଜୋନରେ ବିଭକ୍ତ ହୋଇ ରହିଥିଲା । ଉଭୟ କାର୍ଯ୍ୟରତ ଏବଂ ସିଦାସଳଖ ନିଯୁକ୍ତି ପାଇଥିବା ଅଧ୍ୟାପକମାନେ ଏହି ଅଧୀନରେ ସ୍ଥାନ ଭିତ୍ତିକ ପ୍ରୋତ୍ସାହନ ପାଇପାରିବେ । ତେବେ କେବଳ ଟ୍ୟୁଟର, ସିନିୟର ରେସିଡେଣ୍ଟ ଏବଂ ଜୁନିୟର ରେସିଡେଣ୍ଟଙ୍କୁ ଏହି ସ୍ଥାନ ଭିତ୍ତିକ ପ୍ରୋତ୍ସାହନ ପ୍ରଦାନ କରାଯିବ ।

Get real time updates directly on you device, subscribe now.