fbpx

ବ୍ୟକ୍ତିଗତ ସଚିବ, OSD ପାଇଁ ଜାରି ହେଲା ଗାଇଡଲାଇନ୍: ଯୁଗ୍ମ ସଚିବ ପାହ୍ୟା ଅଫିସର ହୋଇପାରିବେ ବ୍ୟକ୍ତିଗତ ସଚିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ୟକ୍ତିଗତ ସଚିବ, ଓଏସଡି, ମନ୍ତ୍ରୀଙ୍କ ପ୍ରାଇଭେଟ ସେକ୍ରେଟାରୀ ପାଇଁ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି । ଅତିରିକ୍ତ ସଚିବ ବା ଯୁଗ୍ମ ସଚିବ ପାହ୍ୟା ଅଫିସର ବ୍ୟକ୍ତିଗତ ସଚିବ ହୋଇପାରିବେ । ସେହିପରି ଯୁଗ୍ମ ସଚିବ ବା ଅନୁ ସଚିବ ପାହ୍ୟା ଅଫିସର ଓଏସଡି ହୋଇପାରିବେ । ତେବେ ଓଏସଡି ପ୍ରାଇଭେଟ ସେକ୍ରେଟାରୀଙ୍କ ଠାରୁ ଗୋଟିଏ ରାଙ୍କ ଜୁନିୟର ହୋଇଥିବା ଆବଶ୍ୟକ । ଏଥିସହିତ ପୂର୍ବରୁ ପ୍ରାଇଭେଟ ସେକ୍ରେଟାରୀ, ଓଏସଡି ଥିଲେ ସେନେଇ ୫ ବର୍ଷର ବ୍ୟବଧାନ ରହିଥିବା ଜରୁରୀ । ବର୍ତ୍ତମାନର ନିଯୁକ୍ତି ଓ ପୂର୍ବ ନିଯୁକ୍ତି ମଧ୍ୟରେ ପାଞ୍ଚ ବର୍ଷର ବ୍ୟବଧାନ ରହିବା ବାଞ୍ଛନୀୟ ଅଟେ ବୋଲି କୁହାଯାଇଛି । ସମ୍ପୃକ୍ତ ଅଧିକାରୀଙ୍କ ନାମରେ କୌଣସି ମାମଲା ବିଚାରାଧୀନ ନଥିବା ଜରୁରୀ ଅଟେ । ଶୃଙ୍ଖଳାଗତ, ଭିଜିଲାନ୍ସ କିମ୍ବା ଫୌଜଦାରୀ ମାମଲା ନଥିବା ଆବଶ୍ୟକ ।

Get real time updates directly on you device, subscribe now.