fbpx

ଯୁକ୍ତ ତିନି ଓ ପିଜି ସ୍ତରରେ ଲାଗୁ ହେବ ଷ୍ଟାର୍ଟ ଅପ୍ ନୀତି: ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଶିକ୍ଷା ବ୍ୟବସ୍ଥାର ବିକାଶ ଓ ସୁଦୃଢ଼ୀକରଣ କରିବା ପାଇଁ ରାଜ୍ୟ ସରକାର ସର୍ବଦା ନୂଆ ନୂଆ ପଦକ୍ଷେପ ଗ୍ରହଣ କରିଥାନ୍ତି । ତେବେ ଏହି କ୍ରମରେ ରାଜ୍ୟର କଲେଜ ସ୍ତରରେ ଲାଗୁ ହେବାକୁ ଯାଉଛି ଷ୍ଟାଟ୍ ଅପ୍ ନୀତି । ରାଜ୍ୟର ଯୁକ୍ତ ତିନି ପୋଷ୍ଟ ଗ୍ରାଜୁଏଟ ସ୍ତରରେ ଏହି ନୀତି କାର୍ଯ୍ୟକାରୀ କରିବା ନେଇ ରାଜ୍ୟ ସରକାର ଯୋଜନା କରୁଛନ୍ତି ।

ସୂଚନା ମୁତାବକ, ଏନେଇ ଲୋକସେବା ଭବନରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ବିଶ୍ୱ ବ୍ୟାଙ୍କ ଅନୁସାରେ ରାଜ୍ୟରେ ସେଣ୍ଟର ଅଫ୍ ଏକ୍ସଲେନ୍ସ କାର୍ଯ୍ୟ କରୁଥିବା ବେଳେ ଗବେଷଣା ପରେ ବ୍ୟବସାୟିକ ଓ ଗ୍ଲୋବାଲ ଡାଟାବେସକୁ କିପରି ଫିଟ୍ କରାଯିବ ତା’ ଉପରେ ବୈଠକରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଷ୍ଟାଟ୍ ଅପ୍ ଓଡ଼ିଶାର ଅଧ୍ୟକ୍ଷ, ବିଦେଶୀ କମ୍ପାନୀର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

ଗତ ନଭେମ୍ବର ମାସ ୩୦ରୁ ଡିସେମ୍ବର ମାସ ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣ ଆୟୋଜିତ ହୋଇଥିଲା । ଏହି ସଂସ୍କରଣରେ ରାଜ୍ୟରେ ମୋଟ ୧୦ ଲକ୍ଷ ୫୦ ହଜାର ଟଙ୍କାର ପୁଞ୍ଜି ନିବେଶ ପାଇଁ ନିବେଶମାନେ ଆଗ୍ରହ ପ୍ରକାଶ କରିଥିଲେ । ଏହି ନିବେଶ ଦ୍ୱାରା ରାଜ୍ୟରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ । ବହୁ ବିଦେଶୀ କମ୍ପାନୀ ରାଜ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ପର୍ଯ୍ୟଟନ, ଆଇଟି ଆଦି କ୍ଷେତ୍ରରେ ନିବେଶ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ । ଯୁକ୍ତ ତିନି ଓ ପିଜି ସ୍ତରର ଛାତ୍ରଛାତ୍ରୀଙ୍କୁ ପ୍ରି ଷ୍ଟାର୍ଟ ଅପ୍ କାର୍ଯ୍ୟକ୍ରମରେ ସାମିଲ କରାଯିବା ଫଳରେ ପିଲାମାନେ ପାଠପଢ଼ା ସାରିବା ପରେ ରୋଜଗାରକ୍ଷମ ହୋଇପାରିବେ । ପିଲାଙ୍କ ଦ୍ୱାରା ପ୍ରସ୍ତୁତ ପ୍ରଡକ୍ଟକୁ ଉଚ୍ଚଶିକ୍ଷା ବିଭାଗ କମ୍ପାନୀ ଆଗରେ ଉପସ୍ଥାପିତ କରିବ ।

Get real time updates directly on you device, subscribe now.