Breaking: ଥଣ୍ଡା, ଜ୍ୱର, କାଶ ହେଲେ ତୁରନ୍ତ ଚିକିତ୍ସା କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶ, କହିଲେ HMPVର ମୁକାବିଲା ସମ୍ଭବ…

ଭୁବନେଶ୍ୱର: ଓଡ଼ିଶାରେ ଏଚଏମପିଭି ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି । ସେଥିପାଇଁ ଡରିବାର କୌଣସି କାରଣ ନାହିଁ ବୋଲି ମଙ୍ଗଳବାର ସତର୍କ କରିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।

କେହି ଭୟଭୀତ ହୁଅନ୍ତୁ ନାହିଁ । ଭାରତ ସରକାରଙ୍କ ଦ୍ୱାରା ଯାହା ଗାଇଡଲାଇନ ଆସିବ ତାକୁ ପାଳନ କରାଯିବ । ଦେଶରେ ବର୍ତ୍ତମାନ ସୁଦ୍ଧା ଭୟଭୀତ ହେବା ସ୍ଥିତି ଉପୁଜି ନାହିଁ । ମାତ୍ର ୩ରୁ ୪ ଟି ରାଜ୍ୟରେ ଭୂତାଣୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସ୍ଥିତିର ମୁକାବିଲା ପାଇଁ ରାଜ୍ୟର ସବୁ ମେଡିକାଲ କଲେଜ ସହ କଥା ହୋଇଥିବା କହିଲେ ମନ୍ତ୍ରୀ । କୌଣସି ସ୍ଥିତିବିପଦଜ୍ଜନକ ସ୍ଥିତି ଉପୁଜିଲେ କେନ୍ଦ୍ର ଓ ରାଜ୍ୟ ସରକରା ଉଭୟ ମିଳିତ ଭାବେ କାର୍ଯ୍ୟ କରିବେ । ଜ୍ୱର, ଥଣ୍ଡା, କାଶ ହେଲେ ତୁରାନ୍ତ ଚିକିତ୍ସା କରି ନିଅନ୍ତୁ ବୋଲି ମନ୍ତ୍ରୀଙ୍କ ପରାମର୍ଶ ।