ରାତି ୯ଟା ଯାଏଁ ଖୋଲା ରହିବ ରାଜ୍ୟ ସଂଗ୍ରହାଳୟ: ସଂସ୍କୃତି ମନ୍ତ୍ରୀଙ୍କ ସୂଚନା

ରାଜ୍ୟ ସଂଗ୍ରହାଳୟ ବର୍ତ୍ତମାନ ରାତି ୯ଟା ଯାଏଁ ଖୋଲା ରହିବ। ଏନେଇ ସୂଚନା ଜାରି କରିଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ।

ଭୁବନେଶ୍ୱର: ରାତି ୯ଟା ଯାଏଁ ଖୋଲା ରହିବ ରାଜ୍ୟ ସଂଗ୍ରହାଳୟ। ଏନେଇ ସୂଚନା ଜାରି କଲେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। ବର୍ତ୍ତମାନ ରାଜ୍ୟ ସଂଗ୍ରହାଳୟ ସାଢେ ୫ଟା ଯାଏଁ ଖୋଲା ରହୁଛି।

ସୂଚନାନୁଯାୟୀ, ପ୍ରବାସୀ ଭାରତୀୟ ଦିବସ ପାଇଁ ରାଜ୍ୟ ସଂଗ୍ରହାଳୟ ରାତି ୯ଟା ଯାଏଁ ଖୋଲାରହିବ। ୧୨ ତାରିଖ ପର୍ଯ୍ୟନ୍ତ ରାତି ୯ଟା ଯାଏଁ ଖୋଲା ରହିବ ଏହି ରାଜ୍ୟ ସଂଗ୍ରହାଳୟ। ରାଜ୍ୟ ସଂଗ୍ରହାଳୟରେ ପ୍ରବାସୀଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା ରହିଛି। ୯ଟି ଡିଜିଟାଇଜ୍ ଗ୍ୟାଲେରୀକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶାର କଲା ସଂସ୍କୃତିକୁ ଡିଜିଟାଲି ଜାଣିବା ପାଇଁ ବ୍ୟବସ୍ଥା ହୋଇଛି।

ବିମାନବନ୍ଦରରେ ଭଗ୍ୟ ସ୍ୱାଗତ: ପ୍ରବାସୀ ଭାରତୀୟ ଦିବସ ପାଇଁ ଜଣଙ୍କ ପରେ ଜଣେ ପ୍ରବାସୀ ଭାରତୀୟ ଭୁବନେଶ୍ୱରରେ ପହଞ୍ଚୁଛନ୍ତି। ଭୁବନେଶ୍ୱର ବିମାନବନ୍ଦରେ ପହଞ୍ଚିବାରେ ଲାଗିଛନ୍ତି ପ୍ରବାସୀ। ବିମାନବନ୍ଦରରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ବ୍ୟାପକ ବ୍ୟବସ୍ଥା ରହିଛି।