fbpx

ସାମସଙ୍ଗର ସବୁଠାରୁ ଅଧିକ ବିକ୍ରୀ ହେଉଥିବା ଫୋନ୍ Galaxy M34 5G ଏବେ ମାତ୍ର ୧୦୫୦ଟଙ୍କାରେ , ଜାଣି ନିଅନ୍ତୁ ଅଫର ଓ ଡିସକାଉଣ୍ଟ ବିଷୟରେ

ନୂଆଦିଲ୍ଲୀ: ସାମସଙ୍ଗର ଲାଟେଷ୍ଟ ସ୍ମାର୍ଟଫୋନ୍ Galaxy M34 5G ଚଳିତ ମାସରେ ଲଞ୍ଚ କରାଯାଇଛି । ପ୍ରଥମ ଦିନରେ ଫୋନକୁ ଆମାଜନର ପ୍ରାଇମ୍ ଡେ ସେଲ୍ରେ କିଣିବା ଲାଗି ଉପଲବ୍ଧ କରାଯାଇଛି । ଏହି ଫୋନକୁ ଆମାଜନ ସେଲରେ ବହୁତ ଭଲ ପ୍ରତିକ୍ରିୟା ମିଳିଛି । ଆପଣ ଏହି ଫୋନକୁ ମାତ୍ର ୧୦୫୦ଟଙ୍କାରେ କିଣିପାରିବେ । ଆମାଜନରେ Galaxy M34 5G ର ୮ଜିବି ରାମ୍ ଭେରିଆଣ୍ଟ  ୫୦୦୦ ଟଙ୍କାର ରିହାତି ମିଳୁଛି । ଏହା ସହିତ ବହୁ ବ୍ୟାଙ୍କ ଓ ଏକ୍ସଚେଞ୍ଜ ଅଫର ମଧ୍ୟ ମିଳିଯିବ ଯାହାର ଫାଇଦା ନେଇ ଆପଣ ଏହାକୁ ବହୁତ ଶସ୍ତାରେ କିଣିପାରିବେ । ଏହି କ୍ରମରେ ଆସନ୍ତୁ ଜାଣିବା ଅଫର ବିଷୟରେ ।
Galaxy M34 5G ୮ଜିବି+ ୧୨୮ ଜିବି ଇଣ୍ଟରନାଲ୍ ଷ୍ଟୋରେଜ୍ ଭେରିଆଣ୍ଟର ମୂଳ ଦାମ୍ ୨୫,୯୯୯ ଟଙ୍କା । ଆମାଜନ ଓ ସାସଙ୍ଗର ଅଫିସିଆଲ ୱେବସାଇଟ୍ରେ ଆପଣ ଏହାକୁ ୧୯ ପ୍ରତିଶତ ଡିସକାଉଣ୍ଟରେ କିଣିପାରିବେ । ଏହା ପରେ ଏହି ଷପାନର ମୂଲ୍ୟ ୨୦, ୯୯୯ ଟଙ୍କା ରହିବ ।
କିନ୍ତୁ ଆପଣ ଏହି ଫୋନ୍ ଉପରେ ବ୍ୟାଙ୍କ ଅଫରର ବି ଫାଇଦା ଉଠାଇପାରିବେ । ଆପଣ ଏଚଡିଏଫସି ଓ ଆକ୍ସିସ ବ୍ୟାଙ୍କ ର କାର୍ଡରେ ପେମେଣ୍ଟ କରି ୨୦୦୦ ଟଙ୍କା ସଞ୍ଚୟ କରିପାରିବେ । ଆପଣଙ୍କ ପୁରୁଣା ସ୍ମାର୍ଟଫୋନ୍ ଯଦି ଭଲ ଅବସ୍ଥାରେ ଅଛି ତେବେ ଏହାକୁ ବଦଳାଇ ନୂଆ ଫୋନ୍ କମ୍ ଦାମ୍ ରେ କିଣିପାରିବେ । କମ୍ପାନୀ ପୁରୁଣା ସ୍ମାର୍ଟଫୋନ୍ ବଦଳ କରିବା ଉପରେ ୧୯, ୯୪୯ ଟଙ୍କା ସଞ୍ଚୟ କରିବାକୁ ସୁଯୋଗ ଦେଉଛି । ଅର୍ଥାତ୍ ସର୍ବାଧିକ ଡିସକାଉଣ୍ଟ ପରେ ଆପଣ ଏହି ଫୋନକୁ ୧୦୫୦ଟଙ୍କାରେ କିଣିପାରିବେ ।
ଏହି ଫୋନ୍ ରେ ୬.୫ ଇଞ୍ଚର ଏମୋଲେଡ୍ ଡିସପ୍ଲେ ରହିଛଇ । ଏହା କର୍ଣ୍ଣିଂ ଗରିଲା ଗ୍ଲାସ ସପୋର୍ଟ ସହ ଆସୁଛି । ଫୋନ୍ ରେ ପାୱାର ବ୍ୟାକ୍ ଅପ୍ ଲାଗି ୬୦୦୦ ଏମ ଏଏଚ୍ ବ୍ୟାଟେରୀ ଦିଆଯାଇଛି ।  ଫୋନ୍ ରେ ଏକ ଟ୍ରିପଲ ରିଅର କ୍ୟାମେରା ସେଟଅପ୍ ରହିଛି ।

Get real time updates directly on you device, subscribe now.