fbpx

ଅଭିନେତ୍ରୀଙ୍କ ଘରୁ ଚୋରି, ଚାକର ବନ୍ଧୁକ ମୁନରେ କଲା ଲୁଟ

Advertisement

ନୂଆଦିଲ୍ଲୀ : ଅଭିନେତ୍ରୀ ନିକିତା ରାୱଲଙ୍କ ଘରୁ ଚୋରି । ତାଙ୍କ ବାସ ଭବନରୁ ତାଙ୍କ କର୍ମଚାରୀ ବନ୍ଧୁକ ମୁନରେ ଲୁଟ କରିଛି । ତେବେ ତାଙ୍କ ଘରୁ ୩.୫ ଲକ୍ଷ ଟଙ୍କା ଲୁଟ ହୋଇଛି । ଅଭିନେତ୍ରୀଙ୍କୁ ଅଗରୁ ଧମକ ମିଳିଥିଲା । ଧମକରେ କୁହା ଯାଇଥିଲା ଗୁଣ୍ଡାମାନଙ୍କୁ ଟଙ୍କା ନ ଦେଲେ ତାଙ୍କ ଜୀବନ ପ୍ରତି ବିପଦ ଅଛି । ଏହା ପରେ ଅଭିନେତ୍ରୀ ଡରିକି ସବୁ ଦେଇ ଦେଇଥିଲେ ।

କୁହାଯାଉଛି ଯେଉଁ ବ୍ୟକ୍ତି ଲୁଟ କରିଛି ସେ ତାଙ୍କ ଘରର ଷ୍ଟାଫ । ଯିଏ ଅନ୍ୟ ଷ୍ଟାଫ ମାନଙ୍କ ସହିତ ମିଶି ଏକ ପ୍ଲାନ କରି ଏହି କାମ କରିଥିଲେ । ଏହି ଲୁଟ ସେହି ସମୟରେ ହୋଇଥିଲା ଯେତେବେଳେ ତାଙ୍କ ଘରେ ଅଧିକ ଷ୍ଟାଫ ନଥିଲେ । ଫଳରେ ସେହି ବ୍ୟକ୍ତି ଜରଙ୍କ ସହଜରେ ସବୁ ଲୁଟ କରିଥିଲେ । ତେବେ ଏହି ଘଟଣା ପରେ ଏକ ଏଫଆଇଆର ଦାଖଲ ହୋଇଛି ।

ତେବେ ଅଭିଯୁକ୍ତ ଜଣଙ୍କ ୩ ଳକ୍ଷ ଟଙ୍କା ନେଇ ଫେରାର ହୋଇଥିଲେ । ଏହି ଘଟଣା ପରେ ଅଭିନେତ୍ରୀ ଭୟଭିତ ହୋଇଥିଲେ । ତାଙ୍କ ଗହଣା ଏବଂ ଟଙ୍କା ଫୋରାଇବାକୁ ପୋଲିସ ତଦନ୍ତ କରୁଛି ବୋଲି କହିଛନ୍ତି । ତେବେ ନିକିତା ଅନେକ ବଳିଉଡ ଫିଲ୍ମ ସହିତ ଅନେକ ଟଲିଉଡ ପିଲ୍ମରେ ମଧ୍ୟ କାମ କରିଛନ୍ତି ।

Get real time updates directly on you device, subscribe now.