ମା’ ଘରେ ନଥିବା ବେଳେ ୧୦ ବର୍ଷର ଝିଅକୁ ଦୁଷ୍କର୍ମ କଲା ସାବତ ବାପା

ଥାନେ: ମହାରାଷ୍ଟ୍ରର ଥାନେରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦଶ ବର୍ଷର ସାବତ ଝିଅକୁ ଦୁଷ୍କର୍ମ କରି ଗିରଫ ହେଲା ସାବତ ବାପା। ଅଭିଯୁକ୍ତ ବାପାର ବୟସ ୨୪ ବର୍ଷ । ତେବେ ନାବାଳିକାଟି ତାର ଦ୍ୱିତୀୟ ପତ୍ନୀର ଝିଅ। ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ନିଜ ଦ୍ୱିତୀୟ ପତ୍ନୀଙ୍କ ୧୦ ବର୍ଷର ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଜଣେ ୨୪ ବର୍ଷୀୟ ଯୁବକଙ୍କୁ ଗିରଫ କରାଯାଇଛି। ଡିସେମ୍ବର ୨୪ ତାରିଖରେ ନାବାଳିକାକୁ ୩ ଜଣ ଅପହରଣ କରି ଭିୱାଣ୍ଡି ତାଲୁକର ଏକ ଗ୍ରାମରେ ଦୁଷ୍କର୍ମ କରିଥିଲେ ବୋଲି କହି ଅଭିଯୁକ୍ତମାନେ ପ୍ରଥମେ ପୁଲିସକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲେ।

ଭାରତୀୟ ଦଣ୍ଡବିଧି ସଂହିତା ଏବଂ ଯୌନ ଅପରାଧରୁ ଶିଶୁ ସୁରକ୍ଷା (ପୋକ୍ସୋ) ଆଇନର ବିଭିନ୍ନ ଧାରା ଅନୁଯାୟୀ ପୁଲିସ ଏକ ଏଫ୍ଆଇଆର୍ ରୁଜୁ କରିଥିଲା। ତେବେ ପୁଲିସ ଉକ୍ତ ବ୍ୟକ୍ତିଙ୍କ ବୟାନରେ ଅସଙ୍ଗତି ଦେଖିବାକୁ ପାଇ ପଚରାଉଚରା ବେଳେ ସତ ପଦାକୁ ଆଣିଥିଲା। ମା’ ଘରେ ନଥିବା ବେଳେ ଅଭିଯୁକ୍ତ ୧୦ ବର୍ଷୀୟା ନାବାଳିକାଙ୍କୁ ଘରେ ଦୁଷ୍କର୍ମ କରିବା ସହ ବିଭ୍ରାନ୍ତିକର ବୟାନ ଦେବାକୁ କହିଥିଲେ। ଅଭିଯୁକ୍ତକୁ ଜାନୁଆରି ୨ ତାରିଖ ପର୍ଯ୍ୟନ୍ତ ପୁଲିସ ହେପାଜତକୁ ପଠାଇ ଦିଆଯାଇଛି।