fbpx

ହେଲମେଟ ପିନ୍ଧିବା ପରେ କଟିବ ୧୦୦୦ ଟଙ୍କାର ଚାଲାଣ! କରନ୍ତୁ ନାହିଁ ଏହି ଭୁଲ

Advertisement

ନୂଆଦିଲ୍ଲୀ: ଟ୍ରାଫିକ ନିୟମକୁ ଆହୁରି ଉନ୍ନତ କରିବା ପାଇଁ ଏଥିରେ ଅନେକ ପ୍ରକାରର ପରିବର୍ତ୍ତନ କରାଯାଏ । ଗତ କିଛି ବର୍ଷ ମଧ୍ୟରେ ଅନେକ ନିୟମ ନୂଆ କରି ସାମିଲ କରାଯାଇଛି । ଏହାସହିତ ନିୟମକୁ ନେଇ ଗାଡି ଚାଳକଙ୍କୁ ସତର୍କ କରାଇବା ପାଇଁ ଜରିମାନା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ଫଳ ସ୍ୱରୂପ, ଟ୍ରାଫିକ ପୋଲିସ ପୂର୍ବରୁ ବିନା ହେଲାମେଟରେ ଗାଡି ଚଳାଉଥିବା ବ୍ୟକ୍ତିଙ୍କ ଚାଲାଣ କାଟୁଥିବା ବେଳେ ବର୍ତ୍ତମାନ ହେଲମେଟ ପିନ୍ଧିଲେ ମଧ୍ୟ ଚାଲାଣ କଟା ଯାଉଛି । କାହିଁକି ଜାଣିଛନ୍ତି କି?

ମୋଟର ବାହନ ନିୟମ-୧୯୮୮ ରେ ଏକ ନୂଆ ନିୟମ ଯୋଡା ଯାଇଛି । ଏହାପରେ ସଠି ଭାବରେ ହେଲମେଟ ନ ପିନ୍ଧିଥିବା ଗାଡି ଚାଳକମାନଭ୍କର ମଧ୍ୟ ଚାଲାଣ କାଟି ନେଉଛନ୍ତି ଟ୍ରାଫିକ ପୋଲିସ । ଅର୍ଥାତ ଆପଣ ହେଲମେଟ ପିନ୍ଧିଛନ୍ତି ସତ, କିନ୍ତୁ ଯଦି ଏହାକୁ ସଠିକ ଢଙ୍ଗରେ ପିନ୍ଧି ନାହାନ୍ତି ତେବେ ଆପଣଙ୍କ ଉପରେ ମଧ୍ୟ ଜରିମାନା ଆଦାୟ କରାଯାଇପାରେ । ଅନେକ ଲୋକ କେବଳ ବାଧ୍ୟତାମୂଳକ ଭାବରେହେଲମେଟ ପିନ୍ଧିଥାନ୍ତି । ବେଳେବେଳେ କିଛି ଗାଡି ଚାଳକ ହେଲମେଟ କେବଳ ମୁଣ୍ଡରେ ପିନ୍ଧଥାନ୍ତି(ଅଧା ମୁଣ୍ଡରେ ଝୁଲୁଥାଏ) କିମ୍ବା ଏହାର ଷ୍ଟ୍ରାପ୍ ମଧ୍ୟ ଠିକସେ ବନ୍ଧା ଯାଇ ନଥାଏ । ତେବେ ଟ୍ରାଫିକ ପୋଲିସ ଏଭଳି ଡ୍ରାଇଭରଙ୍କୁ ଦେଖିଲେ ଫାଇନ ଲଗାଇ ପାରନ୍ତି । କାରଣ ଏପରି ହେଲମେଟ ପିନ୍ଧିବା ବ୍ୟର୍ଥ । କାରଣ ଦୁର୍ଘଟଣା ସମୟରେ ହେଲମେଟ ଆପଣଙ୍କ ମୁଣ୍ଡରୁ ସହଜରେ ଖସି ଯାଇ ପାରିବ । ଏହାଦ୍ୱରା ନିଜର କ୍ଷତି ହେବା ସହ ଅନ୍ୟମାନଙ୍କର ମଧ୍ୟ କ୍ଷତି ଘଟିପାରେ ।

ତେବେ ଏଭଳି ଘଟଣା ଗୁଡିକରେ ରୋକ ଲଗାଇବା ପାଇଁ ସଡକ ଏବଂ ପରିବହନ ମନ୍ତ୍ରାଳୟର ନିର୍ଦ୍ଦେଶରେ ମୋଟର ବାହନ ଅଧିନିୟମ-୧୯୮୮ରେ ନୂଆ ନିୟମ ଲାଗୁ କରାଯାଇଛି । ଏହି ନିୟମ ବଳରେ ବାଇକ ଚାଳକଙ୍କ ଉପରେ ୧୦୦୦ ଟଙ୍କା ଜରିମାନା ଲଗାଇପାରନ୍ତି ଟ୍ରାଫିକ ପୋଲିସ କର୍ମଚାରୀ । ସେହିପରି ଚାଳକ ପିନ୍ଧିଥିବା ହେଲମେଟ ଯଦି ନକଲି କିମ୍ବା ସେଥିରେ ଆଇଏସଆଇ ମାର୍କ ନଥାଏ, ଏପରି ପରିସ୍ଥିତିରେ ଧରା ପଡିଲେ ମଧ୍ୟ ଆପଣଙ୍କ ଉପରେ ୧,୦୦୦ ଟଙ୍କା ଫାଇନ କରାଯିବ । ତେବେ ହେଲମେଟ ପିନ୍ଧି ନଥିଲେ ଚାଳକ ୨,୦୦୦ ଟଙ୍କାର ଜରିମାନା ଗଣିପାରନ୍ତି ।

Get real time updates directly on you device, subscribe now.