fbpx

୩୧ ବର୍ଷ ପୂର୍ବେ ଚୋରି କରିଥିଲା ୩୦ ଟଙ୍କା, ଏବେ ପୁଲିସ୍ ଧରି କୋର୍ଟରେ ହାଜର କରିବାରୁ ଜଜ୍ କହିଲେ…

ନୂଆଦିଲ୍ଲୀ: ଚୋରି ଅଭିଯୋଗରେ ଜଣେ ଅଭିଯୁକ୍ତ ୩୧ ବର୍ଷ ପରେ କୋର୍ଟରେ ହାଜର ହୋଇଛି । ୧୯୯୦ ରେ ସେ ଜଣେ ଚାଷୀଙ୍କ ପକେଟରୁ ୩୦ ଟଙ୍କା ଚୋରି କରିବାର ୩୧ ବର୍ଷ ପରେ, ପୁଲିସ୍ ତାକୁ ଗିରଫ କରିବାରେ ସଫଳ ହୋଇଛି । ଚାଷୀଙ୍କ ପକେଟରୁ ୩୦ ଟଙ୍କା ଚୋରି କରିଥିବା ଅଭିଯୁକ୍ତକୁ ୧୯୯୦ ମସିହାରେ ପୋଲିସ ଗିରଫ କରିଥିଲା ଏବଂ ତାଙ୍କଠାରୁ ଚୋରି ହୋଇଥିବା ଟଙ୍କା ମଧ୍ୟ ଉଦ୍ଧାର କରିଥିଲା କିନ୍ତୁ ଡିସେମ୍ବର ୧୯୯୦ ରେ ଜାମିନରେ ତାକୁ ଛାଡି ଦିଆଯାଇଥିଲା । ଜିନ୍ଦ ଜିଲ୍ଲାର ଧୋଣ୍ଡି ଗ୍ରାମରେ ରହୁଥିବା ଅଭିଯୁକ୍ତ ସୁଭାଷ ଚନ୍ଦ୍ରକୁ ୧୯୯୬ ମସିହା ସେପ୍ଟେମ୍ବରରେ ସ୍ଥାନୀୟ ଅଦାଲତ ତାକୁ ପଳାତକ ଘୋଷଣା କରିଥିଲା । କିନ୍ତୁ ବର୍ତ୍ତମାନ ଯେତେବେଳେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା ସେତେବେଳେ ଜଜ୍ କହିଥିଲେ ଯେ ପ୍ରଥରୁ ହିଁ ସେ ଜେଲ୍ ରେ ଦଣ୍ଡ ଭୋଗିସାରିଛନ୍ତି ତେଣୁ ତାଙ୍କୁ ଛାଡିଦିଆଯାଉଛି ।

ମାମଲା ଅନୁଯାୟୀ, ଜସୱନ୍ତୀ ଗାଁର ବାସିନ୍ଦା କରିମ ସିଂ ଡିସେମ୍ବର ୩, ୧୯୯୦ ରେ କୌଥଲ ସହରର ସଦର ପୁଲିସ୍ ଷ୍ଟେସନରେ ଅଭିଯୋଗ କରିଥିଲେ ଯେ, ସେ କିଓରାକ ଗ୍ରାମ ନିକଟରେ ଥିବା ଏକ ବସ ଷ୍ଟାଣ୍ଡରେ ଠିଆ ହୋଇଥିଲେ ଏବଂ ତାଙ୍କ ପକେଟରୁ ଅଭିଯୁକ୍ତ ୩୦ ଟଙ୍କା ଚୋରାଇନେଇଥିଲେ । ଅଭିଯୋଗ ପରେ ଭାରତୀୟ ଦଣ୍ଡ ସଂହିତା ଧାରା ୩୭୯ ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିଲା।

ଅଭିଯୋଗର ଗୋଟିଏ ଦିନ ପରେ କୌଥଲ ପୁଲିସ୍ ଅଭିଯୁକ୍ତକୁ ଗିରଫ କରିଥିଲା ଏବଂ ଚୋରି ହୋଇଥିବା ଟଙ୍କା ଆଦାୟ କରିଥିଲା । ଏନେଇ ପୁଲିସ ଅଧୀକ୍ଷକ ଲୋକେନ୍ଦ୍ର ସିଂ ସୂଚନା ଦେଇଥିଲେ । ତାଙ୍କୁ ଜୁଲାଇ ୧୪ ରେ ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା ଏବଂ ଗିରଫ ପରେ ସେ ଗୋଟିଏ ରାତି ଜେଲରେ ବିତାଇଥିବାରୁ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ସୁଭାଷ (୫୨) କୋର୍ଟରେ ସ୍ୱୀକାର କରିଛନ୍ତି ଯେ ସେ କରମ ସିଂଙ୍କ ପକେଟରୁ ୩୦ ଟଙ୍କା ଚୋରି କରିଥିଲେ ଏବଂ ସେତେବେଳେ ତାଙ୍କୁ ୨୧ ବର୍ଷ ହୋଇଥିଲା ।

Get real time updates directly on you device, subscribe now.