fbpx

ଜାମିନ୍ ପରେ ଆଣ୍ଟିଗୁଆ ଫେରିଲା ପଳାତକ ମେହୁଲ ଚୋକସି, ଜେଲରେ ବିତାଇଛି ୫୧ ଦିନ

ନୂଆଦିଲ୍ଲୀ: ପଳାତକ ମେହୁଲ ଚୋକସି(୬୨) ଡୋମିନିକାରେ ବେଆଇନ ଭାବେ ପ୍ରବେଶ କରିଥିବା ଅଭିଯୋଗ ହୋଇଥିବାବେଳେ ତାଙ୍କ ଓକିଲ ଦାବି କରି କହିଛନ୍ତି ଯେ, ଏହା ତାଙ୍କୁ ଅପହରଣ କରିବା ନେଇ ଏକ ଷଡଯନ୍ତ୍ର ଥିଲା । ଡୋମିନିକା ଅଦାଲତ ଚୋକସିର ସ୍ୱାସ୍ଥ୍ୟଗତ ଚିକିତ୍ସା ପାଇଁ ଜାମିନ୍ ପ୍ରଦାନ କରିଛନ୍ତି । ଆଣ୍ଟିଗୁଆ ମିଡିଆ ଖବର ମୁତାବକ, ଅଦାଲତ ପକ୍ଷରୁ ଜାମିନ୍ ପାଇଁ ୧୦ ହଜାର ଇଷ୍ଟର୍ନ କେରାବିଆନ୍ ଡଲାର୍ ଅର୍ଥାତ୍ ୩ ଲକ୍ଷ ଟଙ୍କା ଦେବା ପରେ ଜାମିନ୍ ରାଶି ରୂପେ ଦିଆଯିବା ପରେ ଆଣ୍ଟିଗୁଆ ଯିବାକୁ ଅନୁମତି ଦିଆଯାଇଛି ।

ସେପଟେ ଚୋକସି ମଧ୍ୟ ଜାମିନ୍ ପାଇବା ପାଇଁ ନିଜର ଡାକ୍ତରୀ ରିପୋର୍ଟ ଅଦାଲତରେ ଉପସ୍ଥାପନ କରିଥିଲା । ଏଥିରେ ତାର ସିଟି ସ୍କାନ୍ ରିପୋର୍ଟ ମଧ୍ୟ ସାମିଲ ରହିଥିଲା । ରିପୋର୍ଟରେ ତାଙ୍କର ହେମାଟୋମା(ମସ୍ତିସ୍କ ଜନିତ ରୋଗ) ସମ୍ବନ୍ଧ ସ୍ଥିତି ବିଗୁଡୁଥିବା ଦର୍ଶାଯାଇଛି ।

ସୂଚନାଯୋଗ୍ୟ, ୧୩ ହଜାର ୫୦୦ କୋଟି ପିଏବି ଘୋଟାଲାରେ ସମ୍ପୃକ୍ତ ହୀରା କାରବାରୀ ମେହୁଲ ଚୋକସି ମେ ୨୩ ତାରିଖରେ ଆଣ୍ଟିଗୁଆ ଏବଂ ବାରବୁହାରୁ ସନ୍ଦିଗ୍ଧ ପରିସ୍ଥିତିରେ ନିଖୋଜ ହୋଇଯାଇଥିଲା । ଏହା ପରେ ପଡୋଶୀ ଦେଶ େଡୋମିନିକାରେ ବେଆଇନ୍ ଭାବରେ ପ୍ରବେଶ କରିଥିବାରୁ ପୁଲିସ୍ ତାଙ୍କୁ ଗିରଫ କରିଥିଲା । କିନ୍ତୁ ଚୋକସିଙ୍କ ଓକିଲ ଅଭିଯୋଗ ଆଣିଥିଲେ ଯେ, ଚୋକସିକୁ ଆଣ୍ଟିଗୁଆରେ କିଛି ପୁଲିସକର୍ମୀ ଅପହରଣ କରିଥିଲେ ଏବଂ ଏଥିରେ ଭାରତୀୟ ସରକାରଙ୍କ ମଧ୍ୟ ହାତ ରହିଛି ।

Get real time updates directly on you device, subscribe now.