fbpx

ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଉପରେ ହେଲା ପଥର ମାଡ, ତଦନ୍ତ ଚଳାଇଛି ପୋଲିସ

କେରଳ: କିଛି ଅଜ୍ଞାତ ଲୋକେ କେରଳରେ ଆରମ୍ଭ ହୋଇଥିବା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଉପରେ ସୋମବାର ଦିନ ପଥର ମାଡ କରିଛନ୍ତି । ଏହି ଘଟଣାର ସୂଚନା ରେଲୱେ ଅଧିକାରୀ ଦେଇଛନ୍ତି । ଯେତେବେଳେ ଟ୍ରେନଟି କେରଳ ସ୍ଥିତ ଥିରୁବନନ୍ତପୁରମ୍ ମଧ୍ୟ ଦେଇ ଯାଉଥିଲା ସେତିକି ବେଳେ ଏହି ଘଟଣାଟି ଘଟିଛି । ପୋଲିସ କହିବା ଅନୁସାରେ, ଥିରୁବନନ୍ତପୁରମ୍ ସେଣ୍ଟ୍ରାଲ୍ – କାସାରାଗୋଡ୍ ନିଜ ଯାତ୍ରା ଜାରି ରଖିଛନ୍ତି ଏବଂ ଏହି ମାମଲାରେ କେହି ଆଘାତ ପାଇନାହାନ୍ତି । ସେହି ଦୃବୁତ୍ତ ମାନଙ୍କ ତଦନ୍ତ ଜାରି ରହିଛି ।

ପ୍ରାଥମିକ ରିପୋର୍ଟ ଅନୁଯାୟୀ, ପଥର ଫିଙ୍ଗିବା କାରଣରୁ ଟ୍ରେନର କିଛି ଝରକା ଉପରେ ଛୋଟ ଛୋଟ ସ୍କ୍ରାସ୍ ହୋଇଛି। ଏହି ନୂତନ ବନ୍ଦେ ଭାରତ ଏକ୍ସପ୍ରେସ କାସାରାଗୋଡ ଏବଂ ଥିରୁବନନ୍ତପୁରମ୍ ସେଣ୍ଟ୍ରାଲ୍ ମଧ୍ୟରେ ୮ ଘଣ୍ଟା ୫ ମିନିଟରେ ଦୂରତା ଅତିକ୍ରମ କରିବ। ଯାହାକି ରାଜଧାନୀ ଏକ୍ସପ୍ରେସ ତୁଳନାରେ ବହୁତ ଦ୍ରୁତ ଅଟେ। ରାଜଧାନୀ ଏକ୍ସପ୍ରେସ ଦ୍ୱାରା କାସାରାଗୋଡରୁ ତିରୁବନନ୍ତପୁରମ୍ ସେଣ୍ଟ୍ରାଲ୍ ଯାତ୍ରା ପ୍ରାୟ ୧୦ ଘଣ୍ଟା ୪୫ ମିନିଟ୍ ନେଇଥାଏ। କେରଳର ୧୧ ଟି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରିବ। ଏହା ହେଉଛି ଦେଶର ୧୬ ତମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍।

ଥିରୁବନନ୍ତପୁରମ୍ ସେଣ୍ଟ୍ରାଲ୍ – କାସାରାଗୋଡ୍ ବନ୍ଦେ ଭାରତ ଏକ୍ସପ୍ରେସ କୋଲାମ, କୋଟାୟାମ, ଏର୍ନାକୁଲମ୍ ଟାଉନ୍, ଥ୍ରିସୁର, ଶୋରାନୁର ଜଙ୍କସନ, କୋଜିକୋଡେ, କନ୍ନୁର ଏବଂ କାସାରାଗୋଡରେ ଅଟକି ରହିବ। ବନ୍ଦେ ଭାରତ ଏକ୍ସପ୍ରେସରେ ପଥର ଫିଙ୍ଗିବା ଭଳି ଅନେକ ଘଟଣା ମଧ୍ୟ ସାମ୍ନାକୁ ଆସିଛି। ଏହି ଘଟଣାକୁ ରୋକିବା ପାଇଁ ରେଳବାଇ ଏହି ଟ୍ରେନ୍ ମାର୍ଗରେ ପଡିଥିବା ଗ୍ରାମଗୁଡିକ ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ ଯୋଜନା ପ୍ରସ୍ତୁତ କରିଛି। ବିଭାଗୀୟ ସ୍ତରରେ ଏଥିପାଇଁ ସଚେତନତା ସୃଷ୍ଟି କରିବା ପାଇଁ ରେଳବାଇ ରେଳ କର୍ମଚାରୀଙ୍କ ଏକ ଦଳ ଗଠନ କରିବ।

Get real time updates directly on you device, subscribe now.