fbpx

Stop Clock, Reserve Day… ନୂଆ ନିୟମରେ ଖେଳାଯିବ ଟି-୨୦ ବିଶ୍ୱକପ-୨୦୨୪

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ପାଇଁ କାଉଣ୍ଟ ଡାଉନ୍ ଆରମ୍ଭ ହୋଇ ସାରିଛି । ବିଶ୍ୱକପ ଟ୍ରଫି ହାତେଇ ଚମ୍ପିଅନ୍ ହେବା ଲକ୍ଷ୍ୟରେ ୨୦ଟି ଦେଶ ମଧ୍ୟରେ ହେବ ଘମାଘୋଟ ଲଢେଇ । ଜୁନ୍ ପହିଲାରୁ ମୁହାଁମୁହିଁ ହେବେ ବିଶ୍ୱର ଟପ୍-୨୦ ଟିମ୍ । ତେବେ ଏହି ମେଗା ଇଭେଣ୍ଟ ପାଇଁ ଆଇସିସି ନୂଆ ନିୟମ ଲିଷ୍ଟ ତିଆରି କରି ନେଇଛି । ଚଳିତବର୍ଷ ଟି-୨୦ ବିଶ୍ୱକପକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ ଆଇସିସି ୫ଟି ନୂଆ ନିୟମକୁ ଏଣ୍ଟ୍ରି କରିଛି । ଏହି ୫ଟି ନିୟମ ସହିତ ଚଳିତର୍ବେର ବିଶ୍ୱକପ ଇତିହାସ ସୃଷ୍ଟି କରିବ ବୋଲି ଆଶା ରହିଛି ।

୧- Stop Clock: ଚଳିତବର୍ଷ ଟି-୨୦ ବିଶ୍ୱକପରେ ସାମିଲ ହେବାକୁ ଥିବା ୫ଟି ନିୟମ ଭିତରୁ ପ୍ରଥମ ନିୟମ ହେଉଛି ଷ୍ଟପ୍ କ୍ଲକ୍ । ଏହି ନିୟମ ଅନୁସାରେ, ବୋଲିଂ ଟିମକୁ ଗୋଟିଏ ଓଭର ଶେଷ ହେବାର ୧ ମିନିଟ ମଧ୍ୟରେ ପରବର୍ତ୍ତୀ ଓଭର ଆରମ୍ଭ କରିବାକୁ ପଡ଼ିବ । ନଚେତ୍ ଦଳକୁ ଅତିରିକ୍ତ ୫ ରନ୍ ପେନାଲ୍ଟି ଆକାରରେ ଦିଆଯିବ । ଅର୍ଥାତ୍ ନିୟମ ଭାଙ୍ଗିଲେ ବ୍ୟାଟିଂ ଦଳର ସ୍କୋରରେ ୫ ରନ୍ ଅତିରିକ୍ତ ଭାବରେ ଗଣାଯିବ । ତେବେ ବୋଲିଂ ଦଳକୁ ଏଥିପାଇଁ ୨ ଥର ୱାର୍ଣ୍ଣିଂ ଦେବେ ଅମ୍ପାୟାର । ତୃତୀୟ ଥର ଏହି ନିୟମ ଭଙ୍ଗ ହେଲେ ପେନାଲ୍ଟି ଲାଗୁ କରାଯିବ । ଚଳିତବର୍ଷ ପ୍ରଥମ ଥର ପାଇଁ ଏହି ନିୟମ ଦେଖିବାକୁ ମିଳିବ ।

୨- Match Timing: ଏଥର ମ୍ୟାଚ୍ ଟାଇମିଙ୍ଗକୁ ନେଇ ମଧ୍ୟ କଠୋର ହୋଇଛି ଆଇସିସି । ଗୋଟିଏ ମ୍ୟାଚ ଶେଷ କରିବା ପାଇଁ ମୋଟ ୩ ଘଣ୍ଟା ୧୦ ମିନିଟ ସମୟ ପ୍ରଦାନ କରାଯାଇଛି । ତେବେ ଯଦି ମ୍ୟାଚ୍ ଏହି ସମୟରୁ ଅଧିକ ହୁଏ, ତେବେ ବୋଲିଂ ଟିମ୍ ଉପରେ ଏଥିପାଇଁ ଜଣେ ଫିଲ୍ଡରଙ୍କୁ ୩୦ ୟାର୍ଡ ସର୍କଲ ଭିତରେ ରଖିବାକୁ ପଡ଼ିବ ।

୩- Reseve Day: ବିଶ୍ୱକପ ପାଇଁ ରିଜର୍ଭ ଡେ’ ନିୟମରେ ମଧ୍ୟ ପରିବର୍ତ୍ତନ କରିଛି ଆଇସିସି । ଟି-୨୦ ବିଶ୍ୱକପରେ ପ୍ରଥମ ଥର ପାଇଁ ଦ୍ୱିତୀୟ ସେମି ଫାଇନାଲରେ ରିଜର୍ଭ ଡେ’ ରଖାଯାଇ ନାହିଁ । ତେବେ ପ୍ରଥମ ସେମି ଫାଇନାଲ ଏବଂ ଫାଇନାଲ ମ୍ୟାଚ ପାଇଁ ରିଜର୍ଭ ଡେ’ ରଖିଛି ଆଇସିସି । କିନ୍ତୁ ଯଦି ଏହି ମ୍ୟାଚରେ ବର୍ଷା ବାଧା ଦିଏ ତେବେ ଏଥିପାଇଁ ୪ ଘଣ୍ଟା ୧୦ ମିନିଟ ସମୟ ପ୍ରଦାନ କରାଯିବ ।

୪- ବାଉଣ୍ଡ୍ରି କାଉଣ୍ଟ: ମ୍ୟାଚ ଟାଏ ହେଲେ ବିଜେତା ଦଳ ଘୋଷଣା ପାଇଁ ସୁପର ଓଭର ଖେଳାଯାଏ । କିନ୍ତୁ ଯଦି କୌଣସି ସୁପର ଓଭର ମଧ୍ୟ ଟାଏ ହୁଏ, ତେବେ ଏହି ପରିସ୍ଥିତିରେ ବାଉଣ୍ଡ୍ରି କାଉଣ୍ଟ ନିୟମ ଲାଗୁ ହୋଇଥାଏ । କିନ୍ତୁ ୨୦୧୯ରେ ଏହାକୁ ନେଇ ବିବାଦ ହେବାରୁ ଏଥିରେ ପରିବର୍ତ୍ତନ କରାଯାଇଛି । ଏବେ ମ୍ୟାଚର ବିଜେତା ନ ମିଳିବା ପର୍ଯ୍ୟନ୍ତ ସୁପର ଓଭର ହିଁ ଖେଳାଯିବ ।

୫- ବର୍ଷା ହେଲେ କ’ଣ ହେବ?: ବିଶ୍ୱକପରେ କୌଣସି ମ୍ୟାଚରେ ବର୍ଷା ହେଲେ, ଡିଏଲଏସ ମେଥଡ ଅନୁସାରେ ମ୍ୟାଚ ଫଳାଫଳ ଘୋଷଣା ହୋଇଥାଏ । କିନ୍ତୁ ଲିଗ୍ ରାଉଣ୍ଡ ଏବଂ ନକ୍ ଆଉଟ ମ୍ୟାଚ ପାଇଁ ଭିନ୍ନ ଭିନ୍ନ କଣ୍ଡିସନ୍ ରଖାଯାଇଛି । ଲିଗ୍ ରାଉଣ୍ଡରେ ଅତି କମରେ ୫-୫ ଓଭର ଖେଳିବା ପରେ ଏହି ନିୟମ ଲାଗୁ ହେବ । ସେହିପରି ନକ୍ ଆଉଟ ମ୍ୟାଚରେ ୧୦ ଓଭର ଲିମିଟ ରହିଛି ।

Get real time updates directly on you device, subscribe now.